ବୋଲଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ…

ବୋଲଗଡ, ୨୨/୦୬ : ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ୍ ଦଶମ ଆନ୍ତର୍ଜାତିକ ଯୋଗଦିବସ ବୋଲଗଡ଼ ବ୍ଲକ୍ ପ୍ରଶାସନ ପକ୍ଷରୁ ବଡ଼ କୁମାରୀ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ହୁଲାଶ ପ୍ରଧାନ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ନବନିର୍ବାଚିତ ବିଧାୟକ ପ୍ରଦୀପ କୁମାର ସାହୁ, ବିଡ଼ିଓ ଶରତ କୁମାର ମଲ୍ଲିକ, ତହସିଲଦାର ନିବେଦିତା ପରିଡ଼ା, ଅତିରିକ୍ତ ବିଡ଼ିଓ ରତିକାନ୍ତ ମିଶ୍ର, ବ୍ଲକ୍ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ରଘୁନାଥ ଷଡ଼ଙ୍ଗୀ, ସ୍ଥାନୀୟ ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଯୋଗଗୁରୁ ଅକ୍ଷୟ କୁମାର ମହାପାତ୍ର ଦୀର୍ଘ ଦୁଇ ଘଣ୍ଟା ଧରି ଯୋଗ ଶିକ୍ଷା ଦେବା ସହ ଯୋଗ ଦ୍ୱାରା ମାନବ ସଭ୍ୟତାର ନୀରବ ରହିବ ଓ ରୋଗ ମୁକ୍ତ ହେବ ସଂକ୍ରତାରେ ବୁଝାଇ ଥିଲେ । ଯୋଗ କ୍ଷେତ୍ରରେ ଅଂଶ ଗ୍ରହଣ କରିଥିବା ସଦସ୍ୟମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଅଂଚଳର ବହୁ ସରପଞ୍ଚ, ସମିତି ସଭ୍ୟ, ନିର୍ବାହୀ ଅଧିକାରୀ, ବ୍ଲକ୍ ଓ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ଏସ୍ ଏଚ ଜି ମହିଳା ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଯୁବଗୋଷ୍ଠୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ସହକାରୀ ଯନ୍ତ୍ରୀ ଅମୂଲ୍ୟ ବାହିନୀପତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।