ନମାମୀ ଯୋଗ ଏକାଡେମୀ ପକ୍ଷରୁ ଯୋଗ ଦିବସ ପାଳିତ…

ଭୁବନେଶ୍ୱର, ୨୨/୦୬ : ବିଶ୍ୱ ପାଳନ କରିଛି ଅନ୍ତର୍ଜାତୀୟ ଯୋଗ ଦିବସ । ଚଳିତ ବର୍ଷର ଥିମ୍ ରହିଛି ‘ନିଜ ପାଇଁ ତଥା ସମାଜ ପାଇଁ ଯୋଗ’ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସ୍ଥିତ ଏକ ହୋଟେଲରେ ନମାମୀ ଯୋଗ ଏକାଡେମୀର ପ୍ରତିଷ୍ଠାତା କାଜଲ ଶତପଥୀଙ୍କ ନେତୃତ୍ୱରେ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗର ମୂଲ୍ୟବୋଧକୁ ସମ୍ମାନ ଦେବା ସହ ବିଶ୍ୱର କୋଣ ଅନୁକୋଣରେ ଯୋଗକୁ ପହଞ୍ଚାଇବା ପାଇଁ ପ୍ରତ୍ୟେକ ଜନସାଧାରଣଙ୍କ ସହଭାଗିତାର ଆବଶ୍ୟକତା ରହିଛି । ମାନବ ସଭ୍ୟତାର ନୀରବ ରହିବା ସହି ରୋଗ ମୁକ୍ତ ସୁସ୍ଥ ଶରୀର ଗଠନରେ ଯୋଗର ଆବଶ୍ୟକତା ଅତି ଗୁରୁତ୍ୱପୂର୍ଣ୍ଣ । ଯୋଗ କରିବା ଦ୍ୱାରା- ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଅଭ୍ୟାସ କରାଇବାରେ ଅନେକ ସାହାର୍ଯ୍ୟ କରେ । ଏହି ଗୁରୁତ୍ୱକୁ ବହନ କରି ନମାମୀ ଯୋଗ ଏକାଡମୀ ସର୍ବଦା ଲୋକଙ୍କୁ ଏହାର ମହତ୍ୱ ବିଷୟରେ ବୁଝାଇ ଆସୁଛି । ଆଗାମୀ ଦିନରେ ନମାମୀ ଏକାଡେମୀ ଯୋଗକୁ ପ୍ରତ୍ୟେକ ଜନସାଧାରଣଙ୍କ ନିକଟରେ ପହଂଚାଇବାକୁ ପ୍ରୟାସ କରିବ ବୋଲି କହିଛନ୍ତି ଏହାର ପ୍ରତିଷ୍ଠାତା କାଜଲ ।