ବେଗୁନିଆପଡାରେ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ…

ବେଗୁନିଆପଡା, ୨୦/୦୬ : ବେଗୁନିଆପଡା ଏବିଡିଓ ନିରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ବ୍ଲକ ପରିସରରେ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଗ୍ନିଶମ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ଜଳବାୟୁ ପରିବର୍ତ୍ତନ ହେବା ଦ୍ୱାରା ବିଭିନ୍ନ ବିପତ୍ତି ଆସୁଛି । ଏହି ସମୟରେ ଗୋଷ୍ଠୀଗୁଡିକୁ ସାମିଲ କରି ବିପର୍ଯ୍ୟୟର ମୁକାବିଲା ଯୋଜନା ପ୍ରସ୍ତୁତ କଲେ ବିପତ୍ତିରୁ ମୁକାବିଲା କରିବା ସମ୍ଭବ ହେବ । ଲୋକଙ୍କ ଜୀବନ ସୁରକ୍ଷା ଦିଗରେ ସଚେତନତା ହିଁ ମୁଖ୍ୟ ମାଧ୍ୟମ ହୋଇଛି । ବିପତ୍ତି ଆସିବା ପୂର୍ବରୁ ଜନ ଜୀବନକୁ ସୁରକ୍ଷା ନିମନ୍ତେ ଆବଶ୍ୟକ ହେଉଥିବା ସାମଗ୍ରୀ ଗଚ୍ଛିତ ରଖିବା ସହିତ ପୂର୍ବରୁ ସଜାଗ ରହିଲେ ତାହାକୁ ମୁକାବିଲା କରିବା ସହଜ ହୋଇପାରିବ । ଏହା ପରେ ମକ ଡ୍ରିଲ କରାଯାଇଛି । ବିପତ୍ତି ସମୟରେ କିଭଳି ଧର୍ଯ୍ୟର ସହିତ ମୁକାବିଲା କରିବା ସହ ବିଭିନ୍ନ କୌଶଳ ପ୍ରଦର୍ଶନ କରାଯାଇଥିଲା । ଏଥିରେ କୋଦଳା ମୁଖ୍ୟ ଆଗ୍ନିକ ଜିତେନ୍ଦ୍ର କୁମାର ନାୟକ, ଆଗ୍ନିକ ସିଦ୍ଧାନ୍ତ କୁମାର କର, ଅଭିନାଶ ସେଠି ଓ ଜିପିଡିଓ ଅଶୋକ କୁମାର ଜେନା ଉପସ୍ଥିତ ଥିଲେ ।