ଓଡିଶା

ବାରମ୍ବାର ବିଦ୍ୟୁତ କାଟକୁ ନେଇ ସ୍ମାରକପତ୍ର ପ୍ରଦାନ…

ଗଜପତି, ୨୦/୦୬ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଗଜପତି ବିକାଶ ସୁରକ୍ଷା ମଞ୍ଚର ଆବାହକ ଆମୋଦ କୁମାର ବର୍ଦ୍ଧନଙ୍କ ନେତୃତ୍ୱରେ ଗଜପତି ବିକାଶ ସୁରକ୍ଷା ମଞ୍ଚର ସଦସ୍ୟ ମାନେ ବାରମ୍ବାର ବିଦ୍ୟୁତ କାଟ ସମ୍ବନ୍ଧରେ ବିଦ୍ୟୁତ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି ପଦ୍ମପୁର ବିଭାଗ ତଥା ତାରଙ୍ଗଡ଼ା ଓ ଜିଭା ପଞ୍ଚାୟତ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ କାଟକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତି ଓ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ବିଦ୍ୟୁତ ବିଭାଗକୁ ଅନୁରୋଧ କରାଯାଉଛି ଯେ ବାରମ୍ବାର ବିଦ୍ୟୁତ କାଟ ହେବାରେ ରୋକ ଲଗାଇବା ପାଇଁ ଅତିଶୀଘ୍ର କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରନ୍ତୁ । ନଚେତ ଆଗାମୀ ଦିନରେ ଗଜପତି ଜିଲ୍ଲା ବିଦ୍ୟୁତ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଞ୍ଚଳବାସୀ ବାଧ୍ୟ ହୋଇ ଧାରଣା ଦେବେ ବୋଲି ସ୍ମାରକ ପତ୍ରରେ ଉଲ୍ଲେଖ ରହିଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା