ଓଡିଶା

ସୁରମା ହେବେ ବାଚସ୍ପତି !

ବିଜେପିର ବାଚସ୍ପତି ପ୍ରାର୍ଥୀ ହେଲେ ରଣପୁର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ । ବାଚସ୍ପତି ପ୍ରାର୍ଥୀ ଭାବେ ଆଜି ସେ ନାମାଙ୍କନ ଦାଖଲ କରିଛନ୍ତି । ସୁରମା ପାଢ଼ୀ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦୁଇ ଉପ ମଖ୍ୟମନ୍ତ୍ରୀ କେ ଭି ସିଂହଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କ ସମେତ ବିଜେପିର ବରିଷ୍ଠ ବିଧାୟକମାନେ ଉପସ୍ଥିତ ଥିଲେ । 

ଆଜି ବାଚସ୍ପତି ପ୍ରାର୍ଥୀ ପାଇଁ ବିଜେପିର ବିଧାୟକ ଦଳ ବୈଠକ ବସିଥିଲା । କାହାକୁ ବାଚସ୍ପତି ପ୍ରାର୍ଥୀ କରାଯିବ ସେ ନେଇ ଦୀର୍ଘସମୟ ଧରି ମାନସମନ୍ଥନ ଚାଲିଥିଲା । ଶେଷରେ ସର୍ବସମ୍ମତିକ୍ରମେ ସୁରମା ପାଢୀଙ୍କ ନାଁରେ ମୋହର ମାରିଛି ବିଜେପି । ଆସନ୍ତାକାଲି ବାଚସ୍ପତି ନିର୍ବାଚନ । ଆଜି ନାମାଙ୍କନ ଦାଖଲର ଶେଷ ଦିନ ଥିଲା । ନିର୍ଦ୍ଧାରିତ ସମୟ ଦିନ ୧୨ଟା ସୁଦ୍ଧା ସୁରମା ପାଢ଼ୀଙ୍କ ବ୍ୟତୀତ ଆଉ କେହି ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି ।  ବିଧାନସଭାରେ ବିଜେପିର ଆବଶ୍ୟକୀୟ ସଂଖ୍ୟା ଥିବାରୁ ଏବଂ ସୁରମାଙ୍କ କେହି ପ୍ରତିଦ୍ୱନ୍ଦ୍ୱୀ ନଥିବାରୁ ସେ ବାଚସ୍ପତି ହେବା ନିଶ୍ଚିତ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ସୁରମା ପାଢ଼ୀ ବାଚସ୍ପତି ରେସରେ ଆଗୁଆ ଥିଲେ । ରଣପୁରରୁ ବିଧାୟିକା ଥିବା ସୁରମା ପାଢୀ ଏହାପୂର୍ବରୁ ୨୦୦୪ ରୁ ୨୦୦୯ ଯାଏ ବିଜେଡି-ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ବିଧାନସଭା କେମିତି ପରିଚାଳନା ହୁଏ ସେ ନେଇ ସୁରମାଙ୍କର ଯଥେଷ୍ଟ ଅନୁଭବ ରହିଛି । ତେଣୁ ବରିଷ୍ଠତା ଓ ଅନୁଭବ ଦୃଷ୍ଟିରୁ ସୁରମାଙ୍କୁ ବାଚସ୍ପତି ପ୍ରାର୍ଥୀ କରି ମହିଳା କାର୍ଡ ଖେଳିଛି ବିଜେପି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା