ଓଡିଶା

ରାମୋଜୀ ରାଓଙ୍କ ଦଶାହରେ ଶ୍ରଦ୍ଧାଞ୍ଜଳୀ: ମୁଣ୍ଡନ ହେଲେ ଏବଂ ବିନ୍ଦୁସାଗରରେ ତିଳତର୍ପଣ ଦାନକଲେ…

ଭୁବନେଶ୍ୱର, ୧୮/୦୬ : ଭାରତୀୟ ଗଣମାଧ୍ୟମର ପ୍ରଥିତଯଶା, ଅତି ପରିଚିତ ବ୍ୟକ୍ତିତ୍ୱ, ରାମୋଜୀ ଗ୍ରୁପର ଅଧ୍ୟକ୍ଷ, ଓଡିଆ ସାମ୍ବାଦିକ ଗଢିବାର କାରଖାନା, ଈଟିଭି ଓଡିଆ ସହ ଈଟିଭି ନେଟୱାର୍କର ପ୍ରତିଷ୍ଠାତା ପଦ୍ମ ବିଭୂଷଣ ସ୍ୱର୍ଗତ ରାମୋଜୀ ରାଓଙ୍କ ଦଶାହ ଅବସରରେ ବିନ୍ଦୁସାଗରରେ ମୁଣ୍ଡନ ଓ ତିଳତର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶୁଦ୍ଧିକ୍ରିୟା ନୀତି ମୁତାବକ ପୂର୍ବାହ୍ନରେ ବିନ୍ଦୁସାଗର କୂଳରେ ମୁଣ୍ଡନ ଏବଂ ତିଳ ତର୍ପଣ ଆଦି କୂଳିନ ବ୍ରାହ୍ମଣଙ୍କ ଦ୍ୱାରା କର୍ମକର୍ମାଣୀ କରାଯାଇଥିଲା । ଈଟିଭି ନ୍ୟୁଜର ପୂର୍ବତନ କର୍ମଚାରୀ ପ୍ରଭାକର ଦଳାଇ, ପୂର୍ବତନ କ୍ୟାମେରା ମ୍ୟାନ୍ ଦୀନଭଂଜନ ପଣ୍ଡା ମୁଣ୍ଡନ ହେବା ସହ ତିଳତର୍ପଣ ଅର୍ପଣ ପୂର୍ବକ ସ୍ୱର୍ଗତ ରାମୋଜୀ ରାଓଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସ୍ୱର୍ଗତ ରାମୋଜୀ ରାଓ ଥିଲେ ଅତ୍ୟାଧୁନିକ ଗଣ ଯୋଗାଯୋଗର (ଟେଲିଭିଜନ, ଡିଜିଟାଲ) ପ୍ରମୁଖ ବ୍ୟକ୍ତିତ୍ୱ । ୧୩ଟି ଭାଷାରେ ଈଟିଭି ନେଟୱାର୍କ ପ୍ରତିଷ୍ଠା କରି ସାମ୍ବାଦିକ ଓ କଳାକାର ଗଢିବାର ଏକ କାରଖାନା ଥିଲେ ରାମୋଜୀ ରାଓ । ସମ୍ବାଦ ଓ ମନୋରଂଜନ ଜଗତର ସେ ଥିଲେ ଅପ୍ରତିଦ୍ୱନ୍ଦୀ ଏବଂ ଅଦିତୀୟ ବ୍ୟକ୍ତିତ୍ୱ । ସେହି ଦେବ ପ୍ରତିମ ବ୍ୟକ୍ତିତ୍ୱଙ୍କ ବିୟୋଗରେ ସାରା ଦେଶର ଗଣମାଧ୍ୟମ, ସାମ୍ବାଦିକ, କଳାକାର, ନିର୍ଦେଶକ, ପ୍ରଯୋଜକ ଆଦି ସବୁ ବର୍ଗର ଲୋକେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛନ୍ତି ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ପ୍ରଭାକର ଦଳାଇ ।
ସ୍ୱର୍ଗତ ରାମୋଜୀ ରାଓ ଓଡିଶାରେ ପ୍ରଥମ ଘରୋଇ ସାଟେଲାଇଟ୍ ଚ୍ୟାନେଲ ଈଟିଭି ଓଡିଆ ପ୍ରତିଷ୍ଠା କରି ଓଡିଶାର ସମ୍ବାଦ ଓ ସାମ୍ବାଦିକତାକୁ ନୂତନ ଦିଗଦର୍ଶ ଦେଇଯାଇଛନ୍ତି । କେବଳ ସାମ୍ବାଦିକତା ନୂହେଁ, ଓଡିଶାର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା ଓ ସାହିତ୍ୟକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଈଟିଭି ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଏପରିକି କୃଷି ଓ କୃଷକର ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ପ୍ରେରଣା ଦେଇଥିଲେ ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲ୍ଲା ଅନ୍ତର୍ଗତ ପେଡାପାରୁପୁଡିବାସିନ୍ଦା ସ୍ୱର୍ଗତ ଚେରାକୁରୀ ରାମୋଜୀ ରାଓ । ଏକ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ ରମୋଜୀ ରାଓ, ମାର୍ଗଦର୍ଶୀ ଚିଟ୍ ଫଣ୍ଡ, ବହୁ ପ୍ରସାରିତ ଈନାଡୁ ଖବର କାଗଜ, ୧୩ଟି ଭାଷାରେ ଈ-ଟିଭି ବା ଈନାଡୁ ଟିଭି ନାମରେ ଏକ ନେଟୱାର୍କ, ରମାଦେବୀ ପବ୍ଲିକସ୍କୁଲ, ପ୍ରିୟା ପିକ୍ଲ୍, କଳାଞ୍ଜଳି, ଡଲଫିନ୍ ଗ୍ରୁପ୍ ଅଫ୍ ହୋଟେଲ୍ସ, ଉଷାକିରଣ ମୁଭିଜ୍, ବିଶ୍ୱର ଅନ୍ୟତମ ବଡ ଏବଂ ଶ୍ରେଷ୍ଠ ଫିଲ୍ମଟିସି-ରାମୋଜୀ ଫିଲ୍ମସିଟି ଆଦି ପ୍ରତିଷ୍ଠା କରି ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଲକ୍ଷ ଲକ୍ଷ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇ ଦେଇଛନ୍ତି ।
ସେହି ଦେବ ପ୍ରତୀମ, ଶାନ୍ତ, ସରଳ, ଅମାୟିକ, ବହୁଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନର ଅଧିକାରୀ ପଦ୍ମ ବିଭୂଷଣ ସ୍ୱର୍ଗତ ରାଓଙ୍କ ଅବର୍ତ୍ତମାନରେ ସମଗ୍ର ଦେଶରେ ଗଣ ଯୋଗାଯୋଗ କ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ସୃଷ୍ଟିହେଲା । ସେହି ମହାନ ଅମର ଆତ୍ମାଙ୍କ ସଦଗତି ନିମନ୍ତେ ଈଟିଭିର ସମସ୍ତ ପୂର୍ବତନ ସାମ୍ବାଦିକ, କର୍ମଚାରୀ, କଳାକାର, ନିର୍ଦେଶକ, ପ୍ରଯୋଜକ, କାର୍ଯ୍ୟନିର୍ବାହୀ ଆଦି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡିତ ବ୍ୟକ୍ତିଙ୍କ ସହ ଓଡିଶା ମିଡିଆ ପରିବାର ପକ୍ଷରୁ ଜୟଦେବ ଭବନଠାରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା