ଓଡିଶା

ଆଗକୁ ଇଦ୍ । ରାଜ୍ୟରେ ବଢୁଛି ଚୋରା ଗୋ ଚାଲାଣ…

ହିନ୍ଦୋଳ : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଅବାଧ ଗୋ ଚାଲାଣ । ଏ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ କରାଯାଉଥିଲେ ମଧ୍ୟ ନୃଶଂସ ଗୋରୁ ମାଫିଆଙ୍କୁ କୌଣସି ଫରକ ପଡୁନାହିଁ । କିଛି ଦିନ ତଳେ ହିନ୍ଦୋଳ ଦେଇ ଚୋରା ଗୋରୁ ଚାଲାଣବେଳେ ନରସିଂହପୁର ଘାଟିରେ ଗାଡି ଓଲଟି ବହୁ ସଂଖ୍ୟାରେ ଗୋରୁ ମୃତାହତ ଭଳି ଦୁଃଖଦ ଘଟଣା ମନରୁ ଏଯାବତ୍ ଲିଭିନାହିଁ । ଏଭଳି ସ୍ଥଳେ ଆଜି ଅନୁଗୁଳ ଅଞ୍ଚଳରୁ ହିନ୍ଦୋଳ ଦେଇ ନରସିଂହପୁର ଅଭିମୁଖେ ଦୁଇଟି ପିକ୍ଅପ ଭ୍ୟାନ ଗାଡି ନମ୍ୱର୍ ଓଡି୦୫ବିଟି ୩୮୦୮ ଏବଂ ଓଡି୦୫ବିଡି ୭୬୯୩ରେ ଅବାଧ ଗୋରୁ ଚାଲାଣବେଳେ ହେଉଥିବା ସୂଚନା ପାଇ ହିନ୍ଦୋଳ ଘାଟି ସୀମାରେ ଜବତ କରିଛି ହିନ୍ଦୋଳ ପୋଲିସ । ଗୋରୁଚାଲାଣ ସମ୍ପର୍କରେ ଖବରପାଇ ହିନ୍ଦୋଳ ଥାନା ଭାରପ୍ରାପ୍ତ ଅଧିକାରିଣୀ ଚାରୁଲତା ବେହେରାଙ୍କ ନେତୃତ୍ବରେ ଏକ ପୋଲିସ ଟିମ୍ ୨ଟି ଗୋରୁ ବୁଝେଇ ଗାଡ଼ିକୁ ଧରିବାରେ ସକ୍ଷମ ହୋଇଛି । ଏଥିରୁ ପ୍ରାୟ ୩୨ରୁ ଉର୍ଦ୍ଧ୍ବ ଗୋରୁଙ୍କୁ ହିନ୍ଦୋଳ ପୋଲିସ ଉଦ୍ଧାର କରିଥିବା ବେଳେ ସେଥି ମଧ୍ୟରୁ ଗୋଟିଏ ଗୋରୁର ମୃତ୍ୟୁ ମଧ୍ୟ ହୋଇଥିବା ସୂଚନା ମଳିଛି । ପୋଲିସ୍ ମୃତ ଗୋରୁକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଉଦ୍ଧାର ଗୋରୁଙ୍କୁ ହିନ୍ଦୋଳ ଥାନାରେ ଅଟକ ରଖିଛି ।

ପୋଲିସ୍ ସୂତ୍ରରୁ ପ୍ରକାଶ, ହିନ୍ଦୋଳର ବିଭିନ୍ନ ଚାଷୀ ମାନଙ୍କୁ ଡକାଇ ଉପଯୁକ୍ତ ପରିଚୟ ପ୍ରମାଣ ପତ୍ର ଦାଖଲ କରି ଜବତ ଗୋରୁ ଗୁଡ଼ିକୁ ଚାଷୀଙ୍କୁ ହସ୍ତାନ୍ତର କରାଯିବ । ହିନ୍ଦୋଳରେ ଏତେ ପରିମାଣରେ ଚୋରା ଗୋ ଚାଲାଣ ହେଉଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଗୋରୁ ମାଫିଆଙ୍କର ଦିନ ଦ୍ବିପହରରେ ଏଭଳି ନୃଶଂସ ତଥା ବେଫିକର ଗୋରୁ ଚାଲାଣ ସ୍ଥାନୀୟ ବିଭିନ୍ନ ହିନ୍ଦୁପ୍ରେମୀ ସଂଗଠନକୁ ଏବଂ ଜନସାଧାରଣଙ୍କୁ ଅତ୍ୟନ୍ତ ଦୁଃଖ ପହଞ୍ଚାଇଛି । ଅପରପକ୍ଷେ ଏହି ଗୋରୁ ଚାଲାଣ ଜବତ ଘଟଣାରେ ହିନ୍ଦୋଳ ପୋଲିସକୁ ବଡ଼ ସଫଳତା ମିଳିଥିବାବେଳେ ଆଗାମୀ ଦିନରେ ଗୋ ଚାଲାଣକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ହିନ୍ଦୋଳ ପୋଲିସ୍ ସମ୍ପୂର୍ଣ ସହଯୋଗ କରିବ ବୋଲି କହିଛନ୍ତି ହିନ୍ଦୋଳ ଥାନା ଅଧିକାରିଣୀ ଚାରୁଲତା ବେହେରା ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା