ଓଡିଶା

ସରକାର ବଦଳିବାରୁ ଗରିବଙ୍କ ଅଭିଯୋଗ ଶୁଣୁନାହାନ୍ତି ଜିଲ୍ଲାପାଳ…

କନ୍ଧମାଳ, ୬/୧୦ : ରାଜ୍ୟରେ ସରକାର ବଦଳିବା ସହିତ ସରକାରୀ କାର୍ଯ୍ୟାଳୟମାନଙ୍କରେ ନିୟମ ବଦଳୁଥିବା ଦେଖିବାକୁ ମିଳୁଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ । ଜିଲ୍ଲାର ଫିରିଙ୍ଗିଆ ବ୍ଲକର ଗରିବ ଶ୍ରେଣୀର ଲୋକ ହେଉଛନ୍ତି ରାଜୀବ ଦିଗାଲ । ବାଇକ୍ ଦୁର୍ଘଟଣାରେ ରାଜୀବଙ୍କ ଗୋଡ଼ ଭାଙ୍ଗି ଯାଇଥିବାବେଳେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏ ନେଇ ରାଜୀବ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପଟେଲଙ୍କ ନିକଟକୁ ଯାଇ ଆର୍ଥôକ ସହାୟତା ନିମନ୍ତେ ଲିଖିତ ଅଭିଯୋଗ ଦେଇଥିଲେ । ଜିଲ୍ଲାପାଳ ତାଙ୍କୁ ନିର୍ବାଚନ ପରେ ଦେଖା କରିବାକୁ ମଧ୍ୟ କହିଥିଲେ । ନିର୍ବାଚନ ସରି ଫଳାଫଳ ବାହାରିବା ପରେ ଜିଲ୍ଲାପାଳଙ୍କ କହିବା ଅନୁଯାଇ ରାଜୀବ ଜିଲ୍ଲାପାଳଙ୍କୁ ଦେଖା କରିବାରୁ ଅଧିକ ଦିନ ହେଇଗଲାଣି କହି ଅର୍ଥ ସହାୟତା ଦେଇ ହେବନି କହି ଜିଲ୍ଲାପାଳ ତାଙ୍କୁ ସିଧା ମନା କରିଥିବା କହିଛନ୍ତି ରୋଗୀ ଓ ତାଙ୍କ ପରିବାର ଲୋକେ । ଏଠି ପ୍ରଶ୍ନ ଉଠୁଛି କି ଯଦି ଜିଲ୍ଲାପାଳ ନିଜେ ଗରିବ ଜନ ସାଧାରଣଙ୍କୁ ଏଭଳି ହଇରାଣ କରିବେ ତ ଅନ୍ୟ କର୍ମଚାରୀମାନେ କଣ ନ କରିବେ । ଅପରପକ୍ଷେ ରାଜୀବଙ୍କ ଦୁଃଖ ଶୁଣି ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟର ଅଧ୍ୟକ୍ଷ କୁନା ଦିଗାଲ ଏବଂ କିଛି ସମାଜସେବୀ ତାଙ୍କୁ ସହଯୋଗର ହାତ ବଢ଼େଇଥିବା ଦେଖିବାକୁ ମିଳିଛି । ତେବେ ସରକାର ବଦଳିବାରୁ ଜିଲ୍ଲାପାଳ ଗରିବଙ୍କ ଦୁଃଖ ଶୁଣୁନଥିବା କଥା ପ୍ରଘଟ ହେବା ପରେ ଏ ନେଇ କନ୍ଧମାଳର ବୁଦ୍ଧିଜୀବୀମାନେ ଘଟଣାକୁ ନିନ୍ଦା କରିବା ସହିତ ଦୁଃଖ ପ୍ରକାଶ କରିଛନ୍ତି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା