ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ ସମ୍ୱନ୍ଧରେ ଆମ୍ ଆଦମୀ ପାର୍ଟିର ସ୍ପଷ୍ଟ ମନ୍ତବ୍ୟ…

ଢେଙ୍କାନାଳ, ୬/୧୦ : ଆପ୍ ଢେଙ୍କାନାଳ ପକ୍ଷରୁ ଦଳୀୟ କାର୍ଯ୍ୟାଳୟରେ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ଭାରତୀୟ ଜନତା ପାର୍ଟି ବିଜୟୀ ହେବା ପରେ ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ଉଦ୍ଦିଷ୍ଟ ନର୍ସିଂ ହୋମ ଗୁଡିକ ଏହି କାର୍ଡ ଗ୍ରହଣ ନ କରିବାର ଘଟଣା ସୋସିଆଲ ମିଡିଆରେ ପ୍ରଚାର ହେବା ନଜରକୁ ଆସିଥିଲା । ଯାହାକୁ ନେଇ ଜନ ଅସନ୍ତୋଷ ଆରମ୍ଭ ହୋଇଛି । ସରକାରୀ ସ୍ୱାସ୍ଥ୍ୟ ସେବାରେ ଯେହେତୁ ଏହି କାର୍ଡ ପରିଚାଳିତ, ତେଣୁ ଏହି ବ୍ୟବସ୍ଥାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ପ୍ରଶାସନର ମୁଖ୍ୟ କାର୍ଯ୍ୟ ଅଟେ । ଏହାର ଖିଲାପ କରୁଥିବା ଘରୋଇ ନର୍ସିଂ ଗୁଡିକ ବିରୁଦ୍ଧରେ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜନ ସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ଦାବି କରିଛି ଆପ୍ । ସ୍ୱାସ୍ଥ୍ୟ ସେବାରେ କୌଣସି ପ୍ରକାର ଅବହେଳାକୁ ଆମ୍ ଆଦମୀ ପାର୍ଟି ବରଦାସ୍ତ କରିବ ନାହିଁ ବୋଲି ସଦସ୍ୟମାନେ ମତ ବ୍ୟକ୍ତ କରିଛନ୍ତି । ଏହି କ୍ରମରେ କାର୍ଡ ଦ୍ୱାରା ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଉଦ୍ଦିଷ୍ଟ ଥିବା ଘରୋଇ ନର୍ସିଂହୋମ୍ ମାନଙ୍କୁ ଅନୁରୋଧ କରାଯାଉଛି । ଯଦି କୌଣସି ଗରିବ ହିତାଧିକାରୀ ସ୍ୱାସ୍ଥ୍ୟ ସେବାରେ ଅବହେଳାର ଶିକାର ହୁଅନ୍ତି ଆପ୍ ଜିଲ୍ଲା ସଭାପତିଙ୍କ ଫୋନ୍ ନମ୍ବର ୯୩୩୭୧୧୧୫୯୪ ରେ ଯୋଗାଯୋଗ କରିବାପାଇଁ ସେ ଅନୁରୋଧ କରିଛନ୍ତି ।