ପୁରୁଣା ସୁନା ବଦଳରେ ଜିରୋ ଡିଡକ୍ସନ ସୁବିଧା, ପରିବର୍ଦ୍ଧିତ ହେବ ସୁନା ମୂଲ୍ୟ…

ଭୁବନେଶ୍ୱର, ୬/୧୦ : ସୁନାର ବର୍ଦ୍ଧିତ ଦର ମଧ୍ୟରେ ଦେଶର ଅନ୍ୟତମ ଅଗ୍ରଣୀ ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ଆଣିଛି ଏହାର ‘ଗୋଲ୍ଡ ଏକ୍ସଚେଞ୍ଜ ପ୍ରୋଗ୍ରାମ’ । ଅସ୍ଥିର ସୁନା ଦର ମଧ୍ୟରେ ଗ୍ରାହକଙ୍କ ପରିବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବା ଏହାର ଉଦେ୍ଦଶ୍ୟ । ଜିରୋ ଡିଡକ୍ସନ ଜରିଆରେ ଗ୍ରାହକଙ୍କୁ ସର୍ବୋତ୍ତମ ମୂଲ୍ୟ ପ୍ରଦାନ କରିବା ଏହାର ଲକ୍ଷ୍ୟ । ଏହି ଏକ୍ସଚେଞ୍ଜ୍ ପ୍ରୋଗ୍ରାମ ଗ୍ରାହକଙ୍କୁ ସେମାନଙ୍କ ପୁରୁଣା ସୁନାକୁ ବଦଳାଇ ତନିସ୍କର ଅତ୍ୟାଧୁନିକ ତଥା ନୂଆ ଡିଜାଇନ୍ ସହ ଅପଗ୍ରେଡ୍ ହେବାର ସୁଯୋଗ ପ୍ରଦାନ କରୁଛି । ବର୍ଦ୍ଧିତ ସୁନା ଦର ସ୍ଥିତିରେ ଏହି ପ୍ରୋଗ୍ରାମ ଗ୍ରାହକଙ୍କ ପାଇଁ କେବଳ ଏକ ସମାଧାନ ନୁହେଁ ବରଂ ସେମାନଙ୍କ ଭରସା ଏବଂ ଆତ୍ମବିଶ୍ୱାସର ସେଲିବ୍ରେଶନ । ବ୍ରାଣ୍ଡ ପକ୍ଷରୁ ଗ୍ରାହକଙ୍କୁ ଉକ୍ତ ସନ୍ତୁଷ୍ଟ ଉପଭୋକ୍ତାଙ୍କ ପରିବର୍ଦ୍ଧିତ ସମୁଦାୟରେ ଯୋଡ଼ି ହେବା ପାଇଁ ଆହ୍ୱାନ ଦିଆଯାଉଛି, ଯେଉଁମାନେ ପୁରୁଣା ସୁନା ଗହଣା ବଦଳାଇବା ପାଇଁ ତନିସ୍କକୁ ପସନ୍ଦ କରିଛନ୍ତି ।
ଅଫର ଅନ୍ତର୍ଗତ ଗ୍ରାହକ ଯେକୌଣସି ଗହଣା ଦୋକାନରୁ କିଣିଥିବା ୧୪ କ୍ୟାରେଟ୍ ଏବଂ ତଦ୍ଦୁର୍ଦ୍ଧ୍ୱ ଶୁଦ୍ଧତାଯୁକ୍ତ ପୁରୁଣା ସୁନା ବଦଳାଇ ୧୦୦% ବଦଳ ମୂଲ୍ୟରେ ଚମକଦାର ତନିସ୍କ ହୀରା ଗହଣା ପାଇପାରିବେ । ଏହି ଅଫର ସମୟରେ ଗ୍ରାହକ ତନିସ୍କରେ ଅତି ଜଟିଳ ଭାବେ ଡିଜାଇନ୍ ହୋଇଥିବା ଗହଣାର ଅତ୍ୟାଧୁନିକ କଲେକ୍ସନ ପାଇପାରିବେ । ଗ୍ରାହକ ମଧ୍ୟ ସେମାନଙ୍କ ମିଶ୍ରିତ ସୁନା ଗହଣାକୁ ତନିସ୍କର ଶୁଦ୍ଧ ଗହଣାକୁ ଅପଗ୍ରେଡ୍ କରାଇପାରିବେ । ଗ୍ରାହକଙ୍କ ପସନ୍ଦ ଏବଂ ପ୍ରାଥମିକତାକୁ ଦୃଷ୍ଟିରେ ରଖି ଷ୍ଟୋରରେ ସୁନା ଚେନ୍, ଗ୍ଲାସ୍ କୁନ୍ଦନ, କୁନ୍ଦନ ପୋଲ୍କି, ଓପନ୍ ପୋଲ୍କି, ପିଜେଡବ୍ଲ୍ୟୁଏସ୍, କଲର୍ ଷ୍ଟୋନରେ ବ୍ୟାପକ ରେଞ୍ଜ୍ ଆଧୁନିକ ଏବଂ ଆଞ୍ଚଳିକ ଡିଜାଇନ୍ ଉପଲବ୍ଧ କରାଯାଇଛି ।