ଓଡିଶା

ଛିଡୁନି ଅଙ୍କ… ଧର୍ମେନ୍ଦ୍ରଙ୍କୁ ମିଳିପାରେ ମନ୍ତ୍ରୀ ପଦ । ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ସସପେନ୍ସ…

କିଏ ହେବ ଓଡିଶାର ମୁଖ୍ୟମନ୍ତ୍ରୀ । ଏ ନେଇ ଛିଡିପାରିନି ଅଙ୍କ । ରାଜ୍ୟରେ ପରିବର୍ତ୍ତନର ସ୍ବର ନିଜର ଫଳାଫଳ ପ୍ରଦାନ କରିସାରିଛି । ଏହାରି ଭିତରେ ରାଜ୍ୟର ପ୍ରଗତିର ଭାର କିଏ ଉଠାଇବ ତାକୁ ନେଇ ଚର୍ଚ୍ଚା । ଜୁନ୍‌ ୧୦ ତାରିଖରେ ରାଜ୍ୟବାସୀ ନୂଆ ମୁଖ୍ୟମନ୍ତ୍ରୀ ପାଇବେ ବୋଲି ଆଶା ବାନ୍ଧିଥିଲେ । ମାତ୍ର ଏହି ଆଶାକୁ ପୂରଣ ହେବାକୁ ଆଉ କିଛି କ୍ଷଣ ଅପେକ୍ଷା କରିବାକୁ ପଡିପାରେ । କାରଣ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ତାରିଖ ଜୁନ୍‌ ୧୦ ପରିବର୍ତ୍ତେ ଜୁନ୍‌ ୧୨ରେ ହେବ ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ, ଶପଥ ଗ୍ରହଣ ଉତ୍ସବ ପାଇଁ ଭୁବନେଶ୍ବରର ଜନତା ମୈଦାନରେ ଜୋରଦାର ପ୍ରସ୍ତୁତି ଚାଲିଛି । ମାତ୍ର ଏଯାଏଁ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ କରିବ, ତାହା ସ୍ପଷ୍ଟ ହୋଇନାହିଁ । ଆଜି ତୃତୀୟଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ନେବେ । ଏନ୍‌ଡିଏର ୫୨ରୁ ୫୫ ଜଣ ସାଂସଦ ମନ୍ତ୍ରୀ ଭାବେ ମଧ୍ୟ ଆଜି ଶପଥ ନେବେ ବୋଲି ଜଣାପଡ଼ିଛି । ମୋଦି ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଓଡିଶାକୁ ୨ରୁ ୩ଟି ମନ୍ତ୍ରୀ ପଦ ମିଳିବ ବୋଲି ଆଶା ପ୍ରକଟ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜୁଏଲ ଓରାମ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଫୋନ୍ କଲ ଆସିଥିବା ବେଳେ ଧର୍ମେନ୍ଦ୍ର ମଧ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ନେଇ ଚର୍ଚ୍ଚା ଜୋର ଧରିଛି ।

ଅପରପକ୍ଷେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଯେଉଁମାନଙ୍କ ନାଁ ଆଲୋଚନା ହେଉଛି, ସେମାନଙ୍କ ମଧ୍ୟରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ରହିଛନ୍ତି । କିନ୍ତୁ ସମ୍ବଲପୁରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ ପୁଣି ଥରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ ବୋଲି ଚର୍ଚ୍ଚା ହେବା ପରେ ମୁଖ୍ୟମନ୍ତ୍ରୀ ନେଇ ବିଜେପି କେନ୍ଦ୍ରୀୟ ନେତୃତ୍ୱ କିଛି ସର୍‌ପ୍ରାଇଜ୍‌ ବି ଦେଇପାରନ୍ତି ବୋଲି କୁହାଯାଉଛି । 

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା