ରାଜ୍ୟରେ ବିଜେପି ୩୮ ଆସନରେ ଆଗୁଆ…

କିଏ ଗଢିବ ସରକାର ଏବଂ କିଏ ତୁଲାଇବ ବିରୋଧୀ ଭୂମିକା, ତାହାର ଫଇସଲା ଆଜି ହେବ । ଆଜି ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ଫଳାଫଳ ଆସିବ । ଦେଶରେ ଏପ୍ରିଲ ୧୯ରୁ ଜୁନ ୧ ତାରିଖ, ମୋଟ ୪୪ ଦିନରେ ୭ଟି ପର୍ଯ୍ୟାୟରେ ହେଇଥିବା ଭୋଟଗ୍ରହଣ ହୋଇଥବାବେଳେ ଓଡିଶାରେ ୪ଟି ପର୍ଯ୍ୟାୟରେ ଭୋଟଦାନ ହୋଇଥଲା । ଆଜି ଜୁନ ୪ ତାରିଖରେ ଭୋଟ ଗଣତି ହେଉଛି ।
ଭୋଟ୍ ଗଣତି ପାଇଁ ରାଜ୍ୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ମୋଟ ୭୦ଟି ଭୋଟଗଣତି କେନ୍ଦ୍ର ସ୍ଥାପନ କରାଯାଇଛି । ଏସବୁ କେନ୍ଦ୍ରରେ ବିଧାନସଭା ନିମନ୍ତେ ୧୭୯୯ଟି ଗଣନା ଟେବୁଲ ଓ ଲୋକସଭା ପାଇଁ ୧୭୯୦ଟି ମୋଟ୍ ୩୫୮୯ଟି ଟେବୁଲରେ ଏହି ଗଣତି ହେବ । ରାଜ୍ୟର ପ୍ରାୟ ଅଢ଼େଇ କୋଟି ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିବାବେଳେ ଏଥର ପୁରୁଷଙ୍କ ତୁଳନାରେ ୨ ପ୍ରତିଶତରୁ ଅଧିକ ମହିଳା ଭୋଟ୍ ଦେଇଛନ୍ତି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଓଡିଶାରେ ଏଥର ବିଜେଡି ନିଜର ଶାସନ ବଜାୟ ରଖୁଛି, ନା ପଦ୍ମ ଫୁଟୁଛି ତାହା ଉପରେ ରହିଛି ସମସ୍ତଙ୍କର ନଜର । ଅନ୍ୟପଟେ କଂଗ୍ରେସ ମଧ୍ୟ ଏଥର ନିର୍ବାଚନରେ କେତେ ସିଟ୍ ହାତେଉଛି, ତାହା ଉପରେ ମଧ୍ୟ ସମସ୍ତଙ୍କର ଫୋକସ୍ ରହିଛି ।
ଇଲେକ୍ସନ କମିଶନ୍ ୱେବସାଇଟର ଗଣନା ଅନୁସାରେ ବର୍ତ୍ତମାନ ସୁଦ୍ଧା ରାଜ୍ୟ ବିଧାନସଭାରେ ବିଜେପି ୩୮ଟି, ବିଜେଡି ୨୩ଟି, କଂଗ୍ରେସ ୫ଟି,କଂଗ୍ରେସ ୫ଟି, ସିପିଆଇଏମ୍ ୧ଟି ଏବଂ ସ୍ବାଧୀନ ପ୍ରାର୍ଥୀ ୧ଟି ଆସନରେ ଆଗୁଆ ରହିଛନ୍ତି । ସେହିପରି ଦେଶରେ ଲୋକସଭା କ୍ଷେତ୍ରରେ ବିଜେପି ୨୧୬ ଆସନରେ ଆଗୁଆ ରହିଥିବାବେଳେ, ସୁରତ ଆସନରୁ ବିଜୟ ହାସଲ କରିଥବା ସୂଚନା ରହିଛି । ଅନ୍ୟପଟେ କଂଗ୍ରେସ ୭୮ ଆସନରେ ଆଗୁଆ ରହିଥିବାର ସୂଚନା ରହିଛି ।