ଚଳିତ ନିର୍ବାଚନରେ ରେକର୍ଡ ସୃଷ୍ଟି କରିଛି ଭାରତ । ଦେଶରେ ଏଥର ୩୧ କୋଟି ମହିଳା ଭୋଟ୍ ଦେଇଛନ୍ତି…

ଚଳିତଥର ମତଦାନରେ ଭାରତ ଐତିହାସିକ ରେକର୍ଡ ହାସଲ କରିଛି । ୨୦୨୪ ମତଦାନକୁ ନେଇ ସିଇସି ରାଜୀବ କୁମାର ଏଭଳି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ଭାରତରେ ୬୪୨ ନିୟୁତ ଭୋଟର ଅଛନ୍ତି । ଏହି ସଂଖ୍ୟା ଜି-୭ ଦେଶର ଭୋଟରଙ୍କ ତୁଳନାରେ ୧.୫ ଗୁଣ ଏବଂ ବିଶ୍ୱରେ ଥିବା ୨୭ଟି ଦେଶର ଭୋଟରଙ୍କ ତୁଳନାରେ ୨.୫ ଗୁଣ ଅଧିକ । ଚଳିତ ନିର୍ବାଚନରେ ୬୪ କୋଟିରୁ ଅଧିକ ଲୋକ ଭୋଟ୍ ଦେଇଛନ୍ତି । ବିଶେଷ କରି ଜମ୍ମୁ-କାଶ୍ମୀର ଭଳି ସମ୍ବେଦନଶୀଳ ଅଞ୍ଚଳରେ ଚଳିତ ବର୍ଷ ସର୍ବାଧିକ ଭୋଟର ମତଦାନ କରିଛନ୍ତି । ଏହାସହ ପୂର୍ବ ନିର୍ବାଚନ ଅପେକ୍ଷା ଚଳିତ ବର୍ଷ ନିର୍ବାଚନରେ ସର୍ବାଧିକ ମହିଳା ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଏଥର ୩୧ କୋଟି ମହିଳା ଭୋଟ୍ ଦେଇଛନ୍ତି, ଯାହା କି ପ୍ରଥମ ଥର ପାଇଁ ରେକର୍ଡ ସୃଷ୍ଟି କରିଛି ବୋଲି ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର କହିଛନ୍ତି । କେବଳ ସେତିକି ନୁହେଁ, ଉକ୍ତ ପ୍ରେସ୍ମିଟ୍ରେ ଛିଡ଼ା ହୋଇ ମୁଖ୍ୟ ନିର୍ବାଚନ କମିଶନର ମହିଳା ଭୋଟରଙ୍କୁ ସମ୍ମାନ ଜଣାଇଛନ୍ତି ।
ସିଇସି କହିଛନ୍ତି , ଚଳିତ ଲୋକସଭା ନିର୍ବାଚନରେ ରି-ପୋଲିଂ କମିଛି । ୨୦୧୯ ନିର୍ବାଚନରେ ୫୪୦ ସ୍ଥାନରେ ରି-ପୋଲିଂ ହୋଇଥିବାବେଳେ ଏଥର ମାତ୍ର ୩୯ଟି ବୁଥ୍ରେ ସାନି ମତଦାନ ହୋଇଛି । ମଣିପୁର, ଅରୁଣାଚଳ ପ୍ରଦେଶର ସର୍ବାଧିକ ୨୫ଟି ବୁଥ୍ରେ ସାନି ମତଦାନ ହୋଇଛି । ବାକି ୧୪ଟି ସାନି ମତଦାନ ଅନ୍ୟ ରାଜ୍ୟର ବୁଥ୍ରେ ହୋଇଛି ।