ଓଡିଶା

‘କସମେଟିକୋ କନଫରେନ୍ସ୍ ଆଣ୍ଡ ୱାର୍କସପ୍ ଅନ୍ ଆସ୍ତେଟିକ୍‌’ ଆୟୋଜିତ…

ଭୁବନେଶ୍ୱର, ୩/୦୬ : ସୌନ୍ଦର୍ଯ୍ୟ ଏବଂ ଆସ୍ତେଟିକ୍ ସମ୍ବନ୍ଧୀୟ ବିବିଧ ବିଷୟ ଉପରେ ଆଲୋଚନା କରିବା ସହ ସ୍ୱତନ୍ତ୍ର ପ୍ଲାଟ୍‌ଫର୍ମ ଦେବା ପାଇଁ ଓଡିଶା କସମେଟିକୋ ସର୍ଜରୀ କ୍ଲିନିକ୍ ଦ୍ୱାରା ‘କସମେଟିକୋ ୨୦୨୪’ ଆୟୋଜନ କରାଯାଇଥିଲା । ଏହି ପରିପେକ୍ଷୀରେ ଏକ କର୍ମଶାଳା ମଧ୍ୟ ଆୟୋଜନ କରାଯାଇଥଲା । ଓଡିଶାରେ ଉଦୀୟମାନ ଅବସ୍ଥାରେ ଥିବା ସୌନ୍ଦର୍ଯ୍ୟ ଶିଳ୍ପର ବିକାଶ ପାଇଁ ଏହି ସମାବେଶରେ କାର୍ଯ୍ୟକ୍ରମରେ ବିଶେଷଜ୍ଞ, ଇଣ୍ଡଷ୍ଟ୍ରୀ ଲିଡର୍‌, ବିଭିନ୍ନ କ୍ଷେତ୍ରରୁ ଉତ୍ସାହୀ ଚର୍ମରୋଗ ବିଶେଷଜ୍ଞ, ଔଷଧ ଏବଂ ସୌନ୍ଦର୍ଯ୍ୟ ବିଶେଷଜ୍ଞ ଏକତ୍ରିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡକ୍ଟର ବିଜୟ ମହାପାତ୍ର ଯୋଗ ଦେଇଥିଲେ । ଓସିଏସସିର ନିର୍ଦ୍ଦେଶକ ଡକ୍ଟର ଚିଦାତ୍ମିକା ଖଟୁଆ ସମସ୍ତ ଉପସ୍ଥିତ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିଲେ । ପ୍ଲାଷ୍ଟିକ୍ ଓ କସମେଟିକ୍ ସର୍ଜନ ଏବଂ ଓସିଏସସିର ଅଧ୍ୟକ୍ଷ ଡକ୍ଟର ଏ. କେ ରାଉତ, ପ୍ଲାଷ୍ଟିକ୍ ଏବଂ କସମେଟିକ୍ ସର୍ଜନ ଡକ୍ଟର ରୁଚି ଗୁପ୍ତା, ପ୍ଲାଷ୍ଟିକ୍ କସମେଟିକ୍ ସର୍ଜନ ଡକ୍ଟର ଜୟନ୍ତ କୁମାର ଦାଶ, ପ୍ଲାଷ୍ଟିକ୍ ଏବଂ କସମେଟିକ୍ ସର୍ଜନ ଡକ୍ଟର ଲକ୍ଷ୍ମୀକାନ୍ତ ମିଶ୍ର ସମ୍ମାନିତ ପ୍ୟାନେଲିଷ୍ଟ୍ ଭାବରେ ଯୋଗ ଦେଇଥିଲେ ।
ଏହି ଅବସରରେ ଓଡିଶା କସମେଟିକ୍ ସର୍ଜରୀ କ୍ଲିନିକର ଅଧ୍ୟକ୍ଷ ଡକ୍ଟର ଅକ୍ଷୟ କୁମାର ରାଉତ ‘କସମେଟିକୋ ୨୦୨୪’ ର ମହତ୍ୱ ଉପରେ ଆଲୋଚନା କରି କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ପ୍ରଫେସନାଲ, ନବଚେତନା ସମ୍ପନ୍ନ ଏବଂ ଉତ୍ସାହୀମାନଙ୍କ ପାଇଁ ଏକତ୍ରିତ କରି ସୌନ୍ଦର୍ଯ୍ୟ ଏବଂ ଆସ୍ତେଟିକର ଭବିଷ୍ୟତ ଗଠନ ପାଇଁ ଏକ ଅମୂଲ୍ୟ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିଛି । ଓଡ଼ିଶାରେ ‘କସମେଟିକୋ ୨୦୨୪’ ଆୟୋଜନ କରି ରାଜ୍ୟର ସମ୍ଭାବ୍ୟ ସୌନ୍ଦର୍ଯ୍ୟ ଶିଳ୍ପ ଏବଂ କସମେଟୋଲୋଜି କ୍ଷେତ୍ରରେ ଏକ ବିକାଶଶୀଳ ହବରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା ଯାହା ରାଜ୍ୟରେ ଆର୍ôଥକ ଅଭିବୃଦ୍ଧି ଏବଂ ପୁଞ୍ଜି ବିନିଯୋଗରେ ଆକର୍ଷିତ କରିବ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା