“ଆଇ ଓମେନ୍ ଅଫ୍ ସବଷ୍ଟାନ୍ସ” ପୁରସ୍କାର ୨୦୨୪ ପାଳନ…

ଭୁବନେଶ୍ୱର, ୩/୦୬ : କଳିଙ୍ଗ ଗୌରବ ଫାଉଣ୍ଡେସନ୍ ଆନୁକୂଲ୍ୟରେ ବହୁ ପ୍ରତୀକ୍ଷିତ ୧୧ତମ ସଂସ୍କରଣ “ଆଇ ଓମେନ୍ ଅଫ୍ ସବଷ୍ଟାନ୍ସ ପୁରସ୍କାର ୨୦୨୪” ସଫଳତାର ସହ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ମହିଳାମାନଙ୍କୁ ସେମାନଙ୍କର ପୂର୍ଣ୍ଣ ସାମର୍ଥ୍ୟକୁ ହୃଦୟଙ୍ଗମ କରିବା ଏବଂ ସମାଜ ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇବା ପାଇଁ ପ୍ରେରଣା ଦେବାସହ ସଶକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ମଦର ଅଫ୍ ଦି ଇୟର ୨୦୨୪ ଭାବରେ ସମ୍ମାନୀୟ ଗଜଲକ୍ଷ୍ମୀ ରାୟ, ୨୦୨୪ ଆଜୀବନ ଆଚିଭମେଣ୍ଟ ଆୱାର୍ଡରେ ପୁରସ୍କୃତ ହୋଇଥିବା ଡକ୍ଟର ବନଜା ମହାନ୍ତି, ଫେସ୍ ଅଫ୍ ଦି ଇୟର୍ ୨୦୨୪ ଭାବରେ ପରିଚିତ ଇତି ସାମନ୍ତ, ୨୦୨୪ ମହିଳା ପ୍ରେରଣା ପୁରସ୍କାର ପ୍ରାପ୍ତ ୧୦୭ ବର୍ଷ ବୟସର ଝୁଲା ଘଡେଇ ଏବଂ ବର୍ଷର ଶ୍ରେଷ୍ଠ ଡାକ୍ତର ଭାବରେ ଡକ୍ଟର ସ୍ଥିତ ପ୍ରଜ୍ଞା ବେହେରାଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା । ଏଥିସହିତ ବିଟିୟା ଫାଉଣ୍ଡେସନ୍ ଦ୍ୱାରା ୩୦ ଜଣ ବିଜେତାଙ୍କୁ ବାଳିକା ଶିଶୁ ଶିକ୍ଷା କ୍ଷେତ୍ରରେ ତାଙ୍କର ସହାୟତା ପାଇଁ ସମ୍ମାନିତ କରାଯାଇଥିଲା ।
ଏହି ଅବସରରେ କଳିଙ୍ଗ ଗୌରବ ଟ୍ରଷ୍ଟର ସେକ୍ରେଟାରୀ ଜେନେରାଲ୍ ଡକ୍ଟର ଚିଦାତ୍ମିକା ଖଟୁଆ କହିଛନ୍ତି ଯେ, “ଆଇ ଓମେନ୍ ଅଫ୍ ସବଷ୍ଟାନ୍ସ” ପୁରସ୍କାର ଏକ ସ୍ୱତନ୍ତ୍ର ପୁରସ୍କାର । ଗତ ୧୧ବର୍ଷ ଧରି ଆମେ ଦେଶ ବିଦେଶର ଅନେକ ମହିଳାଙ୍କୁ ତାଙ୍କ ଅବିଶ୍ୱସନୀୟ କାର୍ଯ୍ୟ ପାଇଁ ‘ଆଇ ଓମେନ୍ ଅଫ୍ ସବଷ୍ଟାନ୍ସ’ ପୁରସ୍କାର ଦେଇଛୁ । କାର୍ଯ୍ୟକ୍ରମରେ ମେଜର୍ କଳ୍ପନା ଦାସ, ଶ୍ରୀମତୀ ନମ୍ରତା ଚଢା, ଶ୍ରୀଯୁକ୍ତ ଜଗନ୍ନାଥ ଖୁଣ୍ଟିଆ, ସୁରଜ କେ ରାଜ, ଡକ୍ଟର ରୋଜାଲିନ୍ ପାଟ୍ଟଶାଣୀ, ଡକ୍ଟର ରଜନୀକାନ୍ତ ମିଶ୍ର ଏବଂ ଅନ୍ୟମାନେ ସମ୍ମାନନୀୟ ଅତିଥି ଭାବରେ ଯୋଗ ଦେଇଥିଲେ ।