ଅଲ୍ ଟାଇମ୍ ଫିଟନେସ୍ ଜିମ୍ ପକ୍ଷରୁ ଷ୍ଟୁଡିଓ ଲଞ୍ଚ୍…

ଭୁବନେଶ୍ୱର, ୩/୦୬ : ଭୁବନେଶ୍ୱରସ୍ଥିତ ପଟିଆ-ଇନଫୋସିସ୍ ରୋଡରେ ଥିବା ଅଲ୍ ଟାଇମ୍ ଫିଟନେସ୍ (ଏଟିଏଫ୍) ଜିମ୍ ପକ୍ଷରୁ ଏକ ଷ୍ଟୁଡିଓ ଲଞ୍ଚ୍ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମିଷ୍ଟର୍ ୱାର୍ଲ୍ଡ, ମିଷ୍ଟର୍ ଏସିଆ ବିଜେତା ୟତୀନ୍ଦର ସିଂହ, ଏଟିଏଫର ଫାଉଣ୍ଡର୍ ବିଜନ ବାରିକ ଓ ସୋନି ଶତପଥି ପ୍ରମୁଖ ଯୋଗ ଦେଇଥିଲେ । ଭୁବନେଶ୍ୱରରେ ଅଲ୍ ଟାଇମ୍ ଫିଟନେସ୍ର ୪ଟି ସେଣ୍ଟର ରହିଛି । ଲଞ୍ଚ ହୋଇଥିବା ଏହି ଷ୍ଟୁଡିଓରେ ଜୁମ୍ବା, ନାଚ, କିକବକ୍ସିଂ, ଫ୍ଲେକ୍ସ, କ୍ରସଫିଟ୍, ଏମ୍ଏମ୍ଏ, ଯୋଗ, ଓକ୍ସି ର୍ବା, ଷ୍ଟେର୍ପ, ଟ୍ରାମ୍ପୋଲିନ୍, ଏଟିଏକ୍ସ, ପିଲାଟିସ୍, ଆଣ୍ଟି ଗ୍ରାଭିଟଯୋଗ, ଏରୋବିକ୍ସ ଓ ପାୱାର ଯୋଗ କରିବାର ସୁବିଧା ରହିଛି । ଶିଶୁମାନଙ୍କ ପାଇଁ ହିପହପ୍, ହାଉସ୍, ବଲିଉଡ୍, ଫ୍ରିଷ୍ଟାଇଲ୍, କଣ୍ଟେମ୍ପୋରାରୀ ଓ ସେମି କ୍ଲାସିକାଲ୍ ଡ୍ୟାନ୍ସ ଭଳି ସୁବିଧା ମଧ୍ୟ ରହିଛି । ଏହି ଷ୍ଟୁଡିଓର ମେମ୍ବରସିପ୍ ୧୫ଠଠ ଟଙ୍କାରୁ ଆରମ୍ଭ ବୋଲି ଫାଉଣ୍ଡର୍ ଶ୍ରୀ ବାରିକ ମତ ଦେଇଛନ୍ତି । ଆଥଲେଟିକ୍ ଓ ଅସମର୍ଥ ଲୋକଙ୍କ ପାଇଁ ମେମ୍ବରସିପ୍ ଫ୍ରି ରହିଛି । ଏହାର ଲକ୍ଷ୍ୟ ସମଗ୍ର ଦେଶରେ ଜିମ୍ ଖୋଲି ସବୁଠାରେ ଅନୁପ୍ରେରଣା ଦେବା । ଏଟିଏଫ୍ ତା’ର ଫ୍ରାଞ୍ଚାଇଜ୍ ଯୋଜନା ୨୫ ଲକ୍ଷରୁ ଆରମ୍ଭ କରିଛି । ଆଗାମୀ ଦିନରେ ହରିଆଣାର ଗୁରୁଗ୍ରାମରେ ୨ଟି ଫିଟନେସର ଫ୍ରାଞ୍ଚାଇଜ୍ ଲଞ୍ଚ କରିବ ବୋଲି ଘୋଷଣା କରିଛି ।