ଦଶମ ଶ୍ରେଣୀ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ହିନ୍ଦୋଳ ପାଇଁ ଗୌରବ ଆଣିଲେ ଭବିଷ୍…

ହିନ୍ଦୋଳ, ୦୧/୦୬ : ଚଳିତ ବର୍ଷ ପ୍ରକାଶିତ ଦଶମ ଶ୍ରେଣୀ ପରୀକ୍ଷାରେ ହିନ୍ଦୋଳ ଉପଖଣ୍ଡରେ ସର୍ବୋଚ୍ଚ ନମ୍ବର ରଖିଛନ୍ତି ହିନ୍ଦୋଳ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଭବିଷ୍ ରଞ୍ଜନ ମହାନ୍ତି । ଭବିଷ୍ ହିନ୍ଦୋଳ ଉପଖଣ୍ଡ ତଥା ବିଦ୍ୟାଳୟ ପାଇଁ ଗୌରବ ଆଣି ଦେଇଥିବାରୁ ସବୁ ମହଲରୁ ତାଙ୍କୁ ସ୍ୱାଗତ ଓ ଅଭିନନ୍ଦନର ସୁଅ ଛୁଟୁଛି । ଭବିଷ୍ ୨୦୨୪ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସମୁଦାୟ ୬୦୦ ନମ୍ବରରୁ ୫୫୦ ନମ୍ବର (୯୨%) ରଖି କୃତିତ୍ୱ ହାସଲ କରିଛନ୍ତି । ଏଥିପାଇଁ ସେ ନିଜ ବାପା ମନୋରଞ୍ଜନ ମହାନ୍ତି, ମା ନିହାରିକା ପଟ୍ଟନାୟକ, ଜେଜେ ବାପା ରମେଶ ମହାନ୍ତି, ଜେଜେ ମା ଅର୍ଣ୍ଣପୂର୍ଣ୍ଣା ମହାନ୍ତି ଓ ଘରୋଇ ଶିକ୍ଷକ ରୁଦ୍ର ନାରାୟଣ ମିଶ୍ରଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି । ଭବିଷଙ୍କ ଏହି ସଫଳତା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଅଗ୍ରଣୀ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ ତାଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଚୁଡାନ୍ତ କରିଥିବା ତାଙ୍କ ବାପା ମନୋରଞ୍ଜନ ଜଣାଇଛନ୍ତି ।