ତନେଇରା ପକ୍ଷରୁ ଆରମ୍ଭ ହୋଇଯାଇଛି ସାବିତ୍ରୀ, ରଜ ପର୍ବ ଅଫର…

୨୦,୦୦୦ ଟଙ୍କାର ଶପିଂରେ ସ୍ୱତନ୍ତ୍ର ଗୋଲ୍ଡ କଏନ୍ ଅଫର
ଭୁବନେଶ୍ୱର, ୦୧/୦୬ : ସାବିତ୍ରୀ ବ୍ରତ ଏବଂ ରଜ ପର୍ବର ଉତ୍ସାହ ବଢ଼ାଇବା ପାଇଁ ଟାଟା ପ୍ରଡକ୍ଟ ତନେଇରା ପକ୍ଷରୁ ସ୍ୱତନ୍ତ୍ର ଗୋଲ୍ଡ କଏନ୍ ଅଫର । ଏହା ଅନ୍ତର୍ଗତ ମେ’ ୩୧ରୁ ଜୁନ୍ ୧୬ ପର୍ଯ୍ୟନ୍ତ ଭୁବନେଶ୍ୱର ଷ୍ଟେସନ ସ୍କୋୟାରସ୍ଥିତ ତନେଇରା ଷ୍ଟୋରରୁ ଗ୍ରାହକ ଆକର୍ଷଣୀୟ ଅଫରର ଲାଭ ଉଠାଇପାରିବେ । ୨୦,୦୦୦ ଟଙ୍କା କିମ୍ବା ତଦ୍ଦୁର୍ଦ୍ଧ ମୂଲ୍ୟର ସପିଂ କଲେ ଗ୍ରାହକ ଉପହାର ଆକାରରେ ପାଇପାରିବେ ୦.୨ ଗ୍ରାମ ତନିସ୍କ ଗୋଲ୍ଡ କଏନ୍ । ଏହାସହିତ ବ୍ରାଣ୍ଡ ପକ୍ଷରୁ ଶାଢ଼ି ଉପରେ ୨୦% ପର୍ଯ୍ୟନ୍ତ ଏବଂ କୁର୍ତ୍ତା ଉପରେ ୪୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି । ପର୍ବର ସାମାଜିକ ଏବଂ ସାଂସ୍କୃତିକ ମହତ୍ୱକୁ ମାନ୍ୟତା ଦେଇ ଗ୍ରାହକଙ୍କୁ ସର୍ବୋତ୍ତମ ସେବା ଯୋଗାଇବା ଦିଗରେ ବ୍ରାଣ୍ଡର ଅଦମ୍ୟ ପ୍ରତିବଦ୍ଧତାର ପ୍ରମାଣ ହେଉଛି ଏ ଅଫର । ଭାରତର ୧୦୦ରୁ ଊଦ୍ଧ୍ୱର୍ ବୟନ କ୍ଲଷ୍ଟରରୁ ଶୁଦ୍ଧ ଏବଂ ପ୍ରାକୃତିକ ଫ୍ୟାବ୍ରିକ୍ସରେ ଏସବୁ ପ୍ରସ୍ତୁତ । ଗୋଟିଏ ଛାତ ତଳେ ଦେଶର କୋଣ ଅନୂକୋଣର ଶାଢ଼ି ପାଇପାରିବେ ଗ୍ରାହକ । କାଞ୍ଜିଭରମ୍ ଏବଂ ବନାରସୀଠାରୁ ଆରମ୍ଭ କରି ବିଳାସପୂର୍ଣ୍ଣ ବେଙ୍ଗଲ୍ ସିଲ୍କ, ମୁର୍ସିଦାବାଦ ସିଲ୍କ, ସାଉଥ୍ ସିଲ୍କ ଏବଂ ଏମ୍ବ୍ରୋଡୋରି ସିଲ୍କ କଟନ ଆଦି ତନେଇରାର ସ୍ୱତନ୍ତ୍ର ଉତ୍ପାଦମାଳା ସାବିତ୍ରୀ ବ୍ରତ ଏବଂ ରଜପର୍ବର ପରମ୍ପରାକୁ ଏକଦମ୍ ଷ୍ଟାଇଲରେ ପାଳନ କରିବାର ସୁଯୋଗ ଦେଉଛି, ଯାହାଦ୍ୱାରା ଗ୍ରାହକ ସ୍ମରଣୀୟ ଅନୁଭୂତି ଲାଭ କରିପାରିବେ । ଓଡ଼ିଶାରେ ଥିବା ସମସ୍ତ ତନେଇରା ଷ୍ଟୋରରୁ ଗ୍ରାହକ ସିଗନେଚର କଲେକ୍ସନ ଅନ୍ତର୍ଗତ ଅତି ସୁନ୍ଦର ରେଡି-ଟୁ-ୱେର୍ କୁର୍ତ୍ତା ଏବଂ କୁର୍ତ୍ତା ସେଟ୍ ପାଇପାରିବେ ।