ଓଡିଶା ବ୍ୟବସାୟ

ସାବିତ୍ରୀ ଉପଲକ୍ଷେ ଚାନ୍ଦି ଭଣ୍ଡାରର ‘ସଙ୍ଗମ’ କଲେକ୍ସନ …

ଗହଣାର ଗଢ଼ା ମଜୁରି ଉପରେ ଫ୍ଲାଟ୍ ୨୦% ରିହାତି
ଭୁବନେଶ୍ୱର, ୩୧/୦୫ : ‘ସାବିତ୍ରୀ’ ଉପଲକ୍ଷେ ରୁପା ଗହଣାର ଏକ୍ସକ୍ଲୁସିଭ୍ ସୋ’ରୁମ୍ ଚାନ୍ଦି ଭଣ୍ଡାର ଆଣିଛି ‘ସଙ୍ଗମ’ କଲେକ୍ସନ । ଏହି କଲେକ୍ସନରେ ଷ୍ଟର୍ଲିଂ ସିଲଭରରେ ଅତି ଯତ୍ନର ସହ ପ୍ରସ୍ତୁତ ପ୍ରତ୍ୟକ ମଙ୍ଗଳସୂତ୍ର ପରମ୍ପରା ଏବଂ ସମସାମୟିକ ଆକର୍ଷଣର ସୁସଙ୍ଗତ ମିଶ୍ରଣକୁ ଦର୍ଶାଇଛି । ଚମତ୍କାର ଜିର୍‌କନ୍ ପଥର, ସୂକ୍ଷ୍ମ ମୁକ୍ତା ଏବଂ ଜଟିଳ ଅକ୍ସିଡାଇଜ୍‌ଡ ଡିଟେଲିଂରେ ସୁସଜ୍ଜିତ ଏହି ମଙ୍ଗଳସୂତ୍ରଗୁଡ଼ିକ ବିବାହର ଅନନ୍ତ ପବିତ୍ରତାର ପ୍ରତୀକ ଭାବେ ଏକ ଆକର୍ଷଣକୁ ପ୍ରକାଶ କରୁଛି ।
ଏ ଅବସରରେ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ କୁହନ୍ତି, ଚାନ୍ଦି ଭଣ୍ଡାରରେ ଆମେ ପ୍ରତ୍ୟେକ ମହିଳାଙ୍କ ଭୂମିକାର ଶକ୍ତି, ଅନୁଗ୍ରହ ଏବଂ ଗୁରୁତ୍ୱକୁ ସ୍ୱୀକୃତି େଽଇ ସାବିତ୍ରୀର ମହତ୍ୱକୁ ସମ୍ମାନ ଦେଉଛୁ । ଆମ କଲେକ୍ସନ ମହିଳାଙ୍କୁ ସମ୍ପୂର୍ଣ୍ଣ ଏବଂ ସଶକ୍ତ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଛି । ଏହା ସେମାନଙ୍କ ଅନନ୍ୟ ପରିଚୟ ଏବଂ କାଳଜୟୀ ଶୋଭାଙ୍କୁ ପରିପ୍ରକାଶ କରିବ । ଚାନ୍ଦି ଭଣ୍ଡାର ତାଳଚେରରେ ଏହାର ୧୪ତମ ଷ୍ଟୋର ଖୋଲିବାକୁ ଯାଉଥିବାରୁ ଉତ୍ସାହିତ । ଏହି ଷ୍ଟୋର ମାଧ୍ୟମରେ ତାଳଚେରବାସୀଙ୍କ ନିକଟରେ ରୁପା ଗହଣାର ବ୍ୟାପକ ସମ୍ଭାର ପହଞ୍ଚିପାରିବ ବୋଲି ଶ୍ରୀମତି ହଂସ କହିଛନ୍ତି ।
ସାବିତ୍ରୀ ଅବସରରେ ଗ୍ରାହକଙ୍କ ଖୁସିକୁ ବଢ଼ାଇବା ପାଇଁ ଚାନ୍ଦି ଭଣ୍ଡାର ଆକର୍ଷଣୀୟ ରିହାତି ପ୍ରଦାନ କରୁଛି । ଏହା ଅନ୍ତର୍ଗତ ଗ୍ରାହକ ମେ’ ୨୪ରୁ ଜୁନ୍ ୬ ଯାଏ ଗହଣାର ଗଢ଼ା ମଜୁରି ଉପରେ ଫ୍ଲାଟ୍ ୨୦ ପ୍ରତିଶତ ରିହାତି ପାଇପାରିବେ ।
ସୂଚନାଯୋଗ୍ୟ, ଚାନ୍ଦି ଭଣ୍ଡାର ରାଜ୍ୟର ଏକ ଏକ୍ସକ୍ଲୁସିଭ୍ ରୁପା ଚେନ୍ ଷ୍ଟୋର । ୨୦୧୩ରେ ଏକ ସ୍ୱତନ୍ତ୍ର ସିଲ୍‌ଭର ଷ୍ଟୋର ଭାବେ ଏହା ଓଡ଼ିଶାରେ ସ୍ଥାପିତ ହୋଇଥିଲା । ବର୍ତ୍ତମାନ ଏହାର ଷ୍ଟୋର ସଂଖ୍ୟା ସମଗ୍ର ରାଜ୍ୟରେ ୧୩ରେ ପହଞ୍ଚିଛି । ଭୁବନେଶ୍ୱରର ସହିଦ ନଗର, ପଟିଆ, ଜନପଥ, ସୌଭାଗ୍ୟନଗର, ରସୁଲଗଡ଼, ରାଉରକେଲାର ଉଦିତ ନଗର, ଅନୁଗୁଳର ଅମଲାପଡ଼ା, କଟକର କ୍ୟାଣ୍ଟନ୍‌ମେଣ୍ଟ ରୋଡ୍ ଏବଂ ସିଡିଏ, ବାଲେଶ୍ୱର, ଯାଜପୁର ରୋଡ, ବ୍ରହ୍ମପୁର ଏବଂ ଢେଙ୍କାନାଳରେ ଏହି ଷ୍ଟୋରଗୁଡ଼ିକ ରହିଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା