ଓଡିଶା

ନିୟମ ଗୋଟ, ହେଲେ କାର୍ଯ୍ୟକାରୀ ହେଉଛି ଆଉ ଗୋଟେ…

କନ୍ଧମାଳ, ୩୧/୦୫ : ନିୟମ ଗୋଟ, ହେଲେ କାର୍ଯ୍ୟକାରୀ ହେଉଛି ଆଉ ଗୋଟେ । ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଜଗତସିଂହପୁର ଜିଲ୍ଲାରେ କନ୍ଧମାଳ ଜିଲ୍ଲା ପୋଲିସ ପ୍ରଶାସନ ମୃଖ୍ୟ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ କନେଷ୍ଟବଳ ହୋମଗାର୍ଡ ଅଫିସର ସମୁଦାୟ ୬ ଶହରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କୁ ମୃତୟନ କରାଯାଇଛି । ଟାଣ ଖରାକୁ ଖାତିର୍ ନକରି କନ୍ଧମାଳ ପୋଲିସ କର୍ମଚାରୀ ଏବଂ ହୋମଗାର୍ଡ କର୍ମଚାରୀ ମାନେ ଜଗତସିଂହପୁର ଜିଲ୍ଲାରେ ପୋଲିଂ ପାର୍ଟି ସହିତ ଜଡ଼ିତ ହେଇଥିବା ଦେଖିବାକୁ ମିଳିଛି । ଜୁନ୍ ୧ ତାରିଖ ଦିନ ସକାଳ ୭ ଘଣ୍ଟିକାଠାରୁ ସନ୍ଧ୍ୟା ୬ ଘଣ୍ଟିକା ପର୍ଯ୍ୟନ୍ତ ଜନ ସାଧାରଣ କିପରି ଶାନ୍ତି ଶୃଙ୍ଖଳାର ସହିତ ନିଜ ନିଜର ବହୁମୂଲ୍ୟ ଭୋଟ ଦେଇ ପାରିବେ ସେଥିପାଇଁ କନ୍ଧମାଳ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି । କିନ୍ତୁ ଦୁଃଖର ବିଷୟ କନ୍ଧମାଳ ଜିଲ୍ଲାରେ ନିର୍ବାଚନ ଡିୟୁଟି ସାରି ମାସ ଶେଷରେ ଜଗତସିଂହପୁର ଜିଲ୍ଲା ସାଧାରଣ ନିର୍ବାଚନ ଡିୟୁଟି ପାଇଁ ସ୍ୱଳ୍ପ ବେତନ ଭୋଗି ହୋମଗାର୍ଡ କର୍ମଚାରୀମାନଙ୍କୁ ବିନା ଟିଏ ଡିଏରେ ଦୁର ଦୁରାନ୍ତ ଜିଲ୍ଲା ମାନଙ୍କୁ ବିଭିନ୍ନ ଡିୟୁଟି ପାଇଁ ପଠାଯାଉଥିବାରୁ ସେମାନଙ୍କର ଆର୍ôଥକ ଅବାଭ ଜନିତ ସମସ୍ୟା ଦେଖାଦେଇଛି ।
ଏ ନେଇ ହୋମଗାର୍ଡ କର୍ମଚାରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ସଂଘ କର୍ମକର୍ତ୍ତା ଆଲୋଚନା କରୁଥିବା ଜଗତସିଂହପୁର ଜିଲ୍ଲାର ଗଣମାଧ୍ୟମ ବନ୍ଧୁ ମାନେ ଦେଖିବାକୁ ପାଇଛନ୍ତି । ଆଗାମୀ ଦିନରେ କିପରି ରାଜ୍ୟ ସରକାରଙ୍କୁ ଦୃଷ୍ଟି ଗୋଚର କରିବା ସହିତ ବିଭିନ୍ନ ସମସ୍ୟାର ସରଳ ସମାଧାନ କରାଯାଇପାରିବ ସେଥିପାଇଁ ସଂଘ କର୍ମକର୍ତ୍ତା ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି । ଏଥି ସହିତ ହୋମଗାର୍ଡ କର୍ମଚାରୀମାନଙ୍କର ନିଜ ଘରଠାରୁ ଆଠ କିଲୋମିଟର୍ ଦୂରତା ଥିବା ଥାନାରେ ଡିୟୁଟି କରିବା ପାଇଁ ସରକାରୀ ନିୟମ ଥିବା ବେଳେ ଉଚ୍ଚ କତ୍ତୃପକ୍ଷ କେଉଁ ଆଇନ୍ ବଳରେ ବାହାର ଜିଲ୍ଲାକୁ ଡିୟୁଟି ପାଇଁ ସେମାନଙ୍କୁ ପଠାଉଛନ୍ତି, ଏ ନେଇ ପ୍ରଶ୍ନ ରଖିଛନ୍ତି ହୋମଗାର୍ଡ ମହାସଂଘର ପରାମର୍ଶଦାତା କୁନା ଦିଗାଲ । ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ଏ ନେଇ ସରକାର କେଉଁ ପନ୍ଥା ଅବଲମ୍ବନ କରୁଛନ୍ତି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା