ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବାରୁ ଜରୁୀକାଳୀନ ବୈଠକ…

ଗଜପତି, ୩୧/୦୫ : ଗଜପତି ଜିଲ୍ଲା ସଦର ମହକୁମା ଜିଲ୍ଳାପାଳଙ୍କ ସମ୍ମିଳନୀ ଓସ୍ୱାନ ହଲଠାରେ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବାରୁ ଜରୁୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଳାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ଦିନ ଗୁଡିକରେ ଗ୍ରୀଷ୍ମ ପ୍ରବାହ ଜାରୀ ରହିବ ଏଣୁ ସମସ୍ତ ଜନ ସାଧାରଣଙ୍କୁ ସତର୍କ ରହିବା ସହିତ ଗ୍ରୀଷ୍ମ ପ୍ରଭାହ ଅଂଶୁଘାତ ନିୟନ୍ତ୍ରଣ ପାଇଁ କିପରି ପ୍ରସ୍ତୁତି ହେବା ଆବଶ୍ୟକ ସେ ବିଷୟରେ ଜିଲ୍ଲାର ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରଯାଇଛି । ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରୀରହିଛି , ତେଣୁ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବିଭିନ୍ନ ସମୟରେ ଅଂଶୁଘାତ ହୋଇ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି ହେବାର ସମ୍ଭାବନା ରହିଛି, ତେଣୁ ସ୍ୱାସ୍ଥ୍ୟ ବିଭାଗକୁ ପକ୍ଷରୁ ଉପଯୁକ୍ତ ପରିମାଣ ଓ.ଆର.ଏସ ଦ୍ରବଣ ଓ ଔଷଧ ମଜୁଦ ରଖିବା ସହିତ ସଜାଗ ରହିବାକୁ କୁହାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ ଗୁଡିକରେ ସ୍ୱତନ୍ତ୍ର ଅଂଶୁଘାତ କକ୍ଷ କରାଯିବା ସହ ଅଂଶୁଘାତ ରୋଗୀଙ୍କ ପାଇଁ ସମସ୍ତ ପ୍ରକାର ଆଶୁ ଚିକିତ୍ସା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାପାଇଁ କୁହାଯାଇଛି । ସେହିପରି ସମସ୍ତ ଗ୍ରାମାଞ୍ଚଳ ଓ ସହର ଅଞ୍ଚଳରେ ବିଭିନ୍ନ ଛକ ଜାଗାରେ ଜଳଛତ୍ର ମାନ ଖୋଲା ଯାଇ ପ୍ରଚୁରପାଣି ରଖିବାକୁ କୁହାଯାଇଛି ଏ୍ୱଂ ସମସ୍ତ ଆଶା ଓ ଅଙ୍ଗନୱାଡ଼ି କର୍ମୀ ନିଜ ନିଜ ଅଞ୍ଚଳରେ ଜନସାଧାରଣଙ୍କୁ ଗ୍ରୀଷ୍ମ ପ୍ରବାହ ସମ୍ପର୍କିତ ସଚେତନତା କରିବା ପାଇଁ କୁହାଯାଇଛି । ଜିଲ୍ଲାର ସମସ୍ତ ଶ୍ରମିକମାନଙ୍କ କାର୍ଯ୍ୟ କରିବାର ସମୟ ସାରଣୀ ଅନୁଯାୟୀ କାର୍ଯ୍ୟ କରିବାକୁ କୁହାଯାଇଛି, ଯାହା ପୂର୍ବାହ୍ନ ୧୧ ଠାରୁ ଅପରାହ୍ନ ୩ ଘଟିକା ସମୟ ପର୍ଯ୍ୟନ୍ତ ଟାଣ ଖରା ରହିଥିବାରୁ କାର୍ଯ୍ଯ ନକରିବକୁ ନିର୍ଦ୍ଧେଶ ଦିଆଯାଇଛି । ଯାତାୟତ ସମୟରେ ସମସ୍ତ ବସ ଗୁଡିକରେ ଓ.ଆର.ଏସ. ପେକେଟ ସହିତ ପାଣି ବୋତଲ ରଖିବା ପାଇଁ ମଧ୍ଯ ନିର୍ଦ୍ଧେଶ ଦିଆଯାଇଛି । ସେହିପରି ଜରୁରୀ କାମରେ ବାହାରକୁ ଯିବାକୁ ହେଲେ କଲା ଚଷମା, ଚପଳ, ମୁଣ୍ଡରେ ଓଦା ଗାମୁଛା ଏବଂ ଛତା ବ୍ଯବହାର କରିବାକୁ କୁହାଯାଇଛି । ସେହିପରି ବାହାରକୁ ଯିବା ସମୟରେ ପାଣି ବୋତଲ ରଖିବାକୁ ମଧ୍ଯ କୁହାଯାଛି । ଅଙ୍ଗନୱାଡ଼ି କେନ୍ଦ୍ର ସକାଳ ୬ ଠାରୁ ୯ ସମୟ ପର୍ଯ୍ୟନ୍ତ ଖୋଲିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରୀଷ୍ମ ପ୍ରବାହରେ ପାନୀୟଜଳ ସମସ୍ୟା ଯେପରି ନ ଉପୁଜେ, ବିଦ୍ୟୁତ ବିଭ୍ରାଟ କିପରି ନ ଘଟେ, ପୋଶୁ ପକ୍ଷୀ ମାନଙ୍କ ଯତ୍ନ ନେବା, ଜୀବନ ରକ୍ଷକ ଔଷଧ ମହଜୁଦ ରଖିବା, ଜୀବ ଜନ୍ତୁଙ୍କ ସୁରକ୍ଷା ଇତ୍ୟାଦି ଦୃଷ୍ଟି ଦେବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି ।
ôଏହି ଜରୁରୀକାଳୀନ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବୀରେନ୍ଦ୍ର କୁମାର ଦାସ ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଧର୍ମେନ୍ଦ୍ର ମହାନ୍ତି, ଜିଲ୍ଲା ଶିକ୍ଷଧିକାରୀ ଡ଼ା.ମାୟାଧର ସାହୁ,ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଜଗନ୍ନାଥ ପାଢ଼ୀ ସମେତ ଜିଲ୍ଲାର ସମସ୍ତ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ , ସମସ୍ତ ସିଡିପିଓ ସମେତ ସମସ୍ତ ଲାଇନ ବିଭାଗର ଅଧିକାରୀ ଆଭାସି ମାଧ୍ୟମରେ ଯୋଡି ହୋଇ ଉପସ୍ଥିତ ଥିଲେ ।