ଓଡିଶା

ଚିକିତ୍ସା ଅବହେଳାରେ ରୋଗୀ ମୃତ୍ୟୁ ଅଭିଯୋଗ, ପ୍ରଶାସନର ଦୃଷ୍ଟି ଆକର୍ଷଣ ଦାବି…

କନ୍ଧମାଳ, ୩୧/୦୫ : କନ୍ଧମାଳ ଜିଲ୍ଲା ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଚିକିତ୍ସା ଅବହେଳା ଯୋଗୁଁ ରୋଗୀ ମୃତ୍ୟୁ ଅଭିଯୋଗ । ଏଭଳି ଅଭିଯୋଗ ଆଣିଛନ୍ତି ମୃତ ରୋଗୀଙ୍କ ପତ୍ନୀ ଅନୁସୟା ଦିଗାଲ । ମୃତକଙ୍କ ଘର ରାଶିମେଣ୍ଡି ଫୁଲବାଣୀ ବ୍ଲକ୍ ହେଇଥିବା ବେଳେ ପ୍ରଥମେ ଗୁମାଗଡ଼ ଚିକିତ୍ସାଳୟରେ ଚିକିତ୍ସା ପାଇଁ ସେ ଯାଇଥିଲେ । ହେଲେ ସେଠାରେ ଚିକିତ୍ସା ହୋଇ ନ ପାରିବାରୁ ତାଙ୍କୁ ଡାକ୍ତର ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ରେଫର୍ କରିଥିଲେ । ମାତ୍ର ଦୁଃଖର ବିଷୟ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଚିକିତ୍ସା ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟୁ ହୋଇଥୁବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ ।
ଅପରପକ୍ଷେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ବାରମ୍ବାର ଚିକିତ୍ସା ଅବହେଳା କାରଣରୁ ରୋଗୀ ମୃତ୍ୟୁ ଅଭିଯୋଗ ହୋଇଆସୁଥିବାବେଳେ ଏଥିପ୍ରତି ପ୍ରଶାସନର ଦୃଷ୍ଟି ଆକର୍ଷଣ ପାଇଁ ଦାବି ଉଠିଛି । ରୋଗୀ କିଭଳି ଉତ୍ତମ ମାନର ଚିକିତ୍ସା ପାଇପାରିବେ ଏ ନେଇ ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟର ଅଧ୍ୟକ୍ଷ କୁନା ଦିଗାଲ, ମା ଲାଇପ୍ କ୍ୟାର୍ ଟ୍ରଷ୍ଟର ଅଧ୍ୟକ୍ଷ ଏବଂ ମିଳିତ ମଞ୍ଚର ଜିଲ୍ଲା ସଭାପତି ମିଳିତ ଭାବେ ପ୍ରଶାସନକୁ ଗୁହାରୀ କରିଛନ୍ତି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା