ବସୁମତୀ ଜେନା ବ୍ଲକ ଟପ୍ପର…

ଯୁକ୍ତ ଦୁଇ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କଲା ନବଘନ ନାୟକ ଡିଗ୍ରୀ କଲେଜ…
ବେଗୁନିଆପଡା, ୨୮/୦୫ : ଚଳିତ ବର୍ଷର ଯୁକ୍ତ ଦୁଇ ପରୀକ୍ଷା ଫଳରେ ସଫଳତାର ଶୀର୍ଷ ଛୁଇଁଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ପି. ନୂଆଗାଁ ସ୍ଥିତ ନବଘନ ନାୟକ ଡିଗ୍ରୀ କଲେଜ । ସୂଚନା ଅନୁଯାୟୀ ଉକ୍ତ ମହା ବିଦ୍ୟାଳୟର ୧୦୭ ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ସଫଳତାର ସହିତ କୃତକାର୍ଯ୍ୟ ହୋଇଛନ୍ତି । ସେଥି ମଧ୍ୟରୁ ୭୯ ଜଣ ପ୍ରଥମ ଶ୍ରେଣୀ,୨୪ ଜଣ ଦ୍ୱିତୀୟ ଶ୍ରେଣୀ ଓ ୪ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ ହୋଇ ଥିବା ବେଳେ ବସୁମତୀ ଜେନା ୫୧୭ ନମ୍ବର ରଖି ବେଗୁନିଆପଡା ବ୍ଲକରେ ଟପ୍ପର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସେହିଭଳି ରିଙ୍କି ନାହାକ (୫୧୬) ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ଅନିତା ସାହୁ (୫୦୭), ଅମ୍ବିକା ରାଣା (୫୦୭) ପ୍ରମୁଖ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେଥି ମଧ୍ୟରୁ ୨୮ ଜଣ ଛାତ୍ର ଛାତ୍ରୀ ୮୦ ପ୍ରତିଶତ ମାର୍କ ରଖି କଲେଜର ନାମକୁ ଗୌରବାନ୍ୱିତ କରିଛନ୍ତି । ଛାତ୍ର ଛାତ୍ରୀ ମାନଙ୍କ ସଫଳତାକୁ ନେଇ ବେଶ ଖୁସି ବ୍ୟକ୍ତ କରିଛନ୍ତି ଏହି ମହା ବିଦ୍ୟାଳୟର ପ୍ରତିଷ୍ଠାତା ତ୍ରିନାଥ ନାହାକଙ୍କ ସମେତ କଲେଜ ଅଧ୍ୟକ୍ଷା ପୂଜା ମହାପାତ୍ର ଏବଂ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ।