ଓଡିଶା

ଗରିବ ଅସହାୟଙ୍କ ସାରଥୀ ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟର ଅଧ୍ୟକ୍ଷ କୁନା ଦିଗାଲ…

କନ୍ଧମାଳ, ୨୮/୦୫ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ରାଇଗୁଡ଼ା ଗ୍ରାମର ରାଜୀବ ଦିଗାଲ ଗୋଚ୍ଛାପଡ଼ାରୁ ରାଇଗୁଡ଼ା ନିଜ ଗ୍ରାମକୁ ଯାଉଥିବା ସମୟରେ ସାମ୍ନାରୁ ଆସୁଥିବା ଏକ ବାଇକ୍ ସହ ମୁହାଁ ମୁହିଁ ଧକ୍କା ହେଇଥିଲା । ଉକ୍ତ ଦୁର୍ଘଟଣାରେ ରାଜୀବଙ୍କୁ ବହୁତ ଆଘାତ ଲାଗିଥିଲା । ଖବର ପାଇ ପରିବାରଲୋକ ତାଙ୍କୁ ନିକଟସ୍ଥ ଗୋଚ୍ଛାପଡ଼ା ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରିଥିଲେ । ତେବେ ଉନ୍ନତ ଚିକିତ୍ସା ପାଇଁ ଡକ୍ଟର ତାଙ୍କୁ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ସେଠାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି । ଅପରପକ୍ଷେ ରାଜୀବ ଦିଗାଲ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ଉଚ୍ଚ ମାନର ଚିକିତ୍ସା କରିବା ପାଇଁ ତାଙ୍କ ପକ୍ଷେ ସମ୍ଭବ ହେଇ ପାରୁନାହିଁ । ଏପରିକି ସ୍ୱାସ୍ଥ୍ୟକାର୍ଡରେ ମଧ୍ୟ ତାଙ୍କର ନାମ ନ ଥିବାରୁ ସେ ଅଧିକ ଚିକିତ୍ସା ହେବାରୁ ବଞ୍ଚିତ ହେଉଛନ୍ତି । ଏଭଳି ଦୁଃଖଦାୟକ ଖବର ଶୁଣି ପ୍ରିହମ୍ ଚାରିଟେବଲ୍ ଟ୍ରଷ୍ଟର ଅଧ୍ୟକ୍ଷ ତଥା ଏଆଇସିଡବ୍ଲ୍ୟୁସି (NHRC) ନ୍ୟାସନାଲ୍ ହ୍ୟୁମାନ ରାଇଟ୍ସ କାଉନସିଲ (AICWC)ର ରାଜ୍ୟ ଉପସଭାପତି କୁନା ଦିଗାଲ ପୀଡ଼ିତାଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରି ତାଙ୍କର ଅଧିକ ଚିକିତ୍ସା କିପରି କରାଯିବ ସେ ନେଇ ଜିଲ୍ଲାପାଳଙ୍କ ନିକଟରେ ଆର୍ଥôକ ସହାୟତା ନିମନ୍ତେ ଅଭିଯୋଗ କରିଥିବା ସହିତ ନିଜେ ସହଯୋଗର ହାତ ବଢ଼ାଇଛନ୍ତି । ଶ୍ରୀ ଦିଗାଲଙ୍କର ଏଭଳି ମହତ୍ୱପୂର୍ଣ୍ଣ କାର୍ଯ୍ୟକଳାପକୁ ଦେଖି ବୁଦ୍ଧିଜୀବୀମାନେ ପ୍ରଶଂସା କରିବା ସହିତ ଧନ୍ୟବାଦ ଜଣେଇଛନ୍ତି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା