କ୍ଷୁଧାମୁକ୍ତ ଅଭିଯାନରେ ମାଲାବାର ଗ୍ରୁପର ମାଇଲଖୁଣ୍ଟ…

ଭୁବନେଶ୍ୱର, ୨୮/୦୫ : ସମଗ୍ର ବିଶ୍ୱକୁ କ୍ଷୁଧାମୁକ୍ତ କରିବା ଅଭିଯାନରେ ସାମିଲ ହୋଇଛି ବିଶ୍ୱର ଷଷ୍ଠ ବୃହତ୍ତମ ଅଳଙ୍କାର ଗ୍ରୁପ୍ ମାଲାବାର । ବିଶ୍ୱକୁ ସମ୍ପୂର୍ଣ୍ଣ କ୍ଷୁଧାମୁକ୍ତ କରିବା ପାଇଁ ମାଲାବାର ନିଜର ଏହି ଅଭିଯାନକୁ ବୃହତ କରିଛି । ୨୦୨୪-୨୫ ବର୍ଷ ପାଇଁ ପ୍ରତ୍ୟେକ ଦିନ ୫୧ ହଜାର ପୁଷ୍ଟିକର ଖାଦ୍ୟ ମିଲ୍ ପ୍ରଦାନ ଦିଗରେ ଗୁରୁ ଦାୟିତ୍ୱ ବହନ କରିବ ମାଲାବାର । ଏହା ସହିତ ଓଡିଶା, ପଶ୍ଟିମବେଙ୍ଗଲ ଓ ଝାଡଖଣ୍ଡ ସମେତ ପୂର୍ବାଂଚଳରେ ୫୭୦୦ ଖାଦ୍ୟ ପୁଡିଆ ବଂଟନ କରିବ । ଆୟୋଜିତ କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଯୋଗ ଦେଇଥିଲେ । କେବଳ ଆମ ଦେଶ ଭାରତରେ ନୁହେଁ ମାଲବାର ନିଜର ଏହି ଅଭିଯାନକୁ ଆଫ୍ରିକାନ ଦେଶରେ ମଧ୍ୟ ଆରମ୍ଭ କରିଛି । ପୋଷଣ ଯୁକ୍ତ ଖାଦ୍ୟ ସମସ୍ତଙ୍କ ଅଧିକାର । ଏବଂ ଏହି ଅଧିକାରକୁ ଲୋକଙ୍କ ନିକଟରେ ପହଂଚାଇବାରେ ସଫଳତା ହାସଲ କରିଛି ମାଲବାର ।