ଓଡିଶା

କନ୍ଧମାଳରେ ଲାଲ୍ ଆତଙ୍କ, ପଲିଥିନରେ ଶବ ପଠାଇଲେ ମାଓବାଦୀ…

କନ୍ଧମାଳ, ୨୮/୦୫ : ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ । ଏଭଳି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାରିପଙ୍ଗା ଗ୍ରାମରେ । ଗ୍ରାମର ସ୍ୱର୍ଗତଃ ଗ୍ରସକା ରୋହିତଙ୍କ ପୁଅ ମେଟଲା ରୋହିତଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ମେଟଲା ମାତ୍ର ୧ ମାସ ହେବ ବିବାହିତ ଥିଲେ । ସେ ନିଜ ଅଂଚଳରେ ଚାଲୁଥିବା ବିଭିନ୍ନ ଭନ୍ନୟନମୂଳକ କାର୍ଯ୍ୟରେ ମୁନସି ତଥା ଚାଷବାସ କରି ନିଜ ପରିବାରର ଭରଣପୋଷଣ କରୁଥିଲେ । ସୂଚନା ଅନୁସାରେ ଗତ ମେ ୨୫ ରେ ୧୨ରୁ ୧୫ ଜଣ ସଶସ୍ତ୍ର ମାଓବାଦୀ ମେଟଲାଙ୍କୁ ନିଜ ଘରୁ ଜୋର ଜବରଦସ୍ତ ଉଠାଇ ନେଇଥିଲେ । ପରେ ମେ ୨୭ରେ ମୃତ ଶରୀରକୁ ଏକ ପଲିଥିନ ଜରିରେ ଗୁଡାଇ ବାରିପଙ୍ଗା ଗ୍ରାମର ଅଙ୍ଗନବାଡି କେନ୍ଦ୍ର ପାଖରେ ଫିଙ୍ଗି ଦେଇଯାଇଥିଲେ । ମୃତ ଶରୀରରେ ବହୁ କ୍ଷତଚିହ୍ନ ରହିଥିବାବେଳେ ମାଓବାଦୀମାନେ ଅତ୍ୟନ୍ତ ନିର୍ମମ ଭାବେ ମେଟଲାଙ୍କୁ ହତ୍ୟା କରିଥିବା ଜଣାପଡିଛି ।
ମେଟଲା ହେଉଛନ୍ତି ଜଣେ ଗରିବ ନିରୀହ କନ୍ଧ ସମ୍ପ୍ରଦାୟର ପୁଅ । ସେ ପୋଲିସକୁ କୌଣସି ଖବର ଦେଉନଥିଲେ । ଏହା କେବଳ ମାଓବାଦୀଙ୍କ ଚକ୍ରାନ୍ତ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ଅପରପକ୍ଷେ ନିରୀହ କନ୍ଧ ପୁଅର ଏଭଳି ହତ୍ୟାକାଣ୍ଡ ପରେ ପୋଲିସ ପକ୍ଷରୁ ମାଓ ବିରୋଧୀ ଅଭିଯାନକୁ ଜୋରଦାର କରାଯାଇଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା