ଓଡିଶା

ହୋମଗାର୍ଡଙ୍କୁ ନିର୍ଯ୍ୟାତନା ଦେଉଛନ୍ତି ଥାନା ଅଧିକାରୀ, ଦୃଢ କାର୍ଯ୍ୟାନୁଷ୍ଠାନ ଦାବି…

କନ୍ଧମାଳ, ୨୭/୦୫ : ପୋଲିସ ଉପରେ ଦାଉ ସାଧୁଛି ପୋଲିସ । କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ଥାନାରେ କାର୍ଯ୍ୟରତ ହୋମଗାର୍ଡ ଡ୍ରାଇଭର ସରୋଜ କୁମାର ବେହେରାଙ୍କୁ ଶାରୀରିକ ତଥା ମାନସିକ ନିର୍ଯାତନା ଦେବା ଅଭିଯୋଗ ହୋଇଛି । ଏପରିକି ଥାନା ଅଧିକାରୀ ଜଣକ ମିଥ୍ୟା କେସ ଲଗାଇ ହୋମଗାର୍ଡ ସରୋଜଙ୍କୁ ଜେଲରେ ପୁରାଇ ଦେଇଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ହୋମଗାର୍ଡ ସରୋଜ କୁମାର ବେହେରାଙ୍କୁ ଆଇଆଇସି ପ୍ରଭାତ ବେହେରା ନିଜ ଗ୍ରାମ କେନ୍ଦ୍ରାପଡ଼ାସ୍ଥିତ ସଙ୍ଗିଡିକୁ ନେଇ ସେଠାରେ ନିଜର ଘରୋଇ କାମ ତଥା ବଗିଚାରେ ମାଟି ଖୋଳିବା, ଘରର ସମସ୍ତ ପରିବାର ସଦସ୍ୟଙ୍କ ଲୁଗାପଟା ସଫା କରିବାକୁ ବାଧ୍ୟ କରୁଥିଲେ । ହୋମଗାର୍ଡ ସରୋଜ ଏହାକୁ ବାରଣ କରିବାରୁ ତାଙ୍କୁ ଗୋଛାପଡ଼ା ଥାନା ଅଧିକାରୀ ମିଥ୍ୟା କେସ ଲଗାଇ ନିଜ ସ୍ୱାର୍ଥକୁ ଚରିତାର୍ଥ କରିବା ଉଦେ୍ଦଶ୍ୟରେ ଜେଲରେ ପୁରାଇଥିବା କଥାକୁ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ହୋମଗାର୍ଡ ସରୋଜ । ବର୍ତ୍ତମାନ ସରୋଜ ଆଇନର ଆଶ୍ରୟ ନେଇ ବେଲରେ ଆସିଛନ୍ତି । ତେବେ ବେଲରେ ଆସିବା ପରେ ତାଙ୍କୁ ଡିୟୁଟି ନ ଦେଇ, ଦିଆଯାଉଛି ବିଭିନ୍ନ ପ୍ରକାର ଧମକ । ଏ ନେଇ ପୀଡ଼ିତା ହୋମଗାର୍ଡ କନ୍ଧମାଳ ଜିଲ୍ଲା ହୋମଗାର୍ଡ କମାଣ୍ଡେଣ୍ଟ ସି ଜି ହୋମଗାର୍ଡ କଟକ, ମହାହିମ ରାଜ୍ୟପାଳ ଓଡ଼ିଶା, ମାନବଧିକାର ଚେୟାରପର୍ସନ୍ ଭୁବନେଶ୍ୱର ଓଡ଼ିଶା ଏବଂ ନ୍ୟାସନାଲ୍ ହୁ୍ୟମାନ୍ ରାଇଟ୍ସ କାଉନସିଲ୍ ତଥା ଏଆଇସିଡବ୍ଲ୍ୟୁସିର ରାଜ୍ୟ ଉପସଭାପତି କୁନା ଦିଗାଲଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ତଥ୍ୟ ଅନୁସାରେ, ୨୦୨୨ ମସିହାରେ କନ୍ଧମାଳ ଜିଲ୍ଲାରେ କୋଟଗଡ଼ ଥାନା ଅଧୀକାରୀ ଧିରେଜ ଲେଙ୍କା ହୋମଗାର୍ଡ କବିଚନ୍ଦ୍ର ନାୟକଙ୍କୁ ଏଭଳି ନିର୍ଯାତନା ଦେଇ ବହୁ ହଇରାଣ କରିଥିଲେ । ଉକ୍ତ ଘଟଣାଟି ସେତେବେଳେ ଜିଲ୍ଲାର ଗଣମାଧ୍ୟମ ବନ୍ଧୁମାନଙ୍କ ଦ୍ୱାରା ସମାଧାନ କରାଯାଇଥିଲା । ବର୍ତ୍ତମାନ ପୁନଃ ସେହି ଘଟଣାର ପୁନରାବୃତ୍ତି ଘଟିଛି । ଗୋଛାପଡ଼ା ଥାନା ସହିତ ଫିରିଙ୍ଗିଆ ସଦର ଥାନା ଅଧିକାରୀମାନେ ମଧ୍ୟ ତଳିଆ କର୍ମଚାରୀମାନଙ୍କ ଉପରେ ନିଜର ଆଧିପତ୍ୟ ଜାହିର କରୁଥିବା ଭଳି ସଙ୍ଗୀନ ଅଭିଯୋଗ ଆସୁଛି । ଉପରିସ୍ଥ ଅଧିକାରୀମାନେ ପଦବୀର ଦୁରୂପଯୋଗ କରିବା ସହିତ ବ୍ରିଟିସ ଶାସନ ଚଲେଇଥିବା ଭଳି ଅଭିଯୋଗମାନ ବିଭିନ୍ନ ଚା ଖଟି ମାନଙ୍କରେ ଶୁଣିବାକୁ ମିଳୁଛି । ପ୍ରଶ୍ନ ଉଠୁଛି କି ଯଦି ପୋଲିସ ବିଭାଗରେ କାର୍ଯ୍ୟରତ ତଳିଆ କର୍ମଚାରୀମାନଙ୍କୁ ଉପରିସ୍ଥ ଅଧିକାରୀମାନେ ସୁରକ୍ଷା ଦେବା ପରିବର୍ତ୍ତେ ସେମାନଙ୍କ ଶୋଷଣ କରୁଛନ୍ତି, ତାହେଲେ ନିରୀହ ଜନସାଧାରଣଙ୍କୁ କିଭଳି ବ୍ୟବହାର ପ୍ରଦର୍ଶନ କରୁଥିବେ । ଅପରପକ୍ଷେ ଏହି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି । ତେବେ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ହୋମଗାର୍ଡ ସରୋଜଙ୍କୁ ନ୍ୟାୟ ମିଳୁଛି ନା ଘଟଣାକୁ ଚପାଇଦେବାକୁ ଉଦ୍ୟମ ହେଉଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା