ବିଜୁଳି ଆଲୁଅ ପାଇଁ ୫୦ ବର୍ଷର ଅପେକ୍ଷା…

ଜଗତସିଂହପୁର, ୨୭/୦୫ : ଲୋକଙ୍କ ଦୀର୍ଘ ଦିନର ସ୍ୱପ୍ନକୁ ପୂରଣ କଲେ ଧରାଧରପୁର ପଂଚାୟତର ସରପଂଚ ନଳିନିପ୍ରଭା ମୁଦୁଲି । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଧରାଧରପୁର ଗ୍ରାମପଂଚାୟତ ଘୁସୁରିଆବନ୍ଧରେ ପ୍ରାୟ ୧୫ଟି ପରିବାର ଦୀର୍ଘ ୫୦ ବର୍ଷ ଧରି ବିନା ବିଜୁଳିରେ ରହି ଆସୁଥିଲେ । ଏ ନେଇ ଗ୍ରାମବାସୀ ବାରମ୍ବାର ଗୁହାରୀ କରିଆସୁଥିଲେ ସୁଦ୍ଧା ସେମାନଙ୍କ ଗୁହାରୀ କେହି ଶୁଣୁନଥିଲେ । ଶ୍ରୀମତୀ ନଳିନିପ୍ରଭା ସରପଂଚ ହେବା ଦିନଠାରୁ ଉକ୍ତ ଅଂଚଳର ଉନ୍ନତି ପାଇଁ ଜୋରଦାର ଉଦ୍ୟମ ଚଳାଇଥିଲେ । ଶେଷରେ ତାଙ୍କ ଉଦ୍ୟମ ସଫଳ ହୋଇଛି । ଦୀର୍ଘ ୫୦ ବର୍ଷ ପରେ ୧୫ଟି ଆଦୀବାସୀ ପରିବାର ବିଜୁଳି ଆଲୁଅ ଦେଖି ଖୁସିରେ ଆତ୍ମହରା ହୋଇଯାଇଛନ୍ତି । ଏ ନେଇ ଗ୍ରାମବାସୀ ଶ୍ରୀମତୀ ନଳିନିପ୍ରଭାଙ୍କୁ ସାଧୁବାଦ୍ ଜଣାଇଛନ୍ତି ।