ଜୀବନରକ୍ଷା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ଆମ୍ବୁଲାନ୍ସ…

ମଣିପାଲ ହସ୍ପିଟାଲ ପକ୍ଷରୁ ବିଶାଳ ଆମ୍ବୁଲାନ୍ସ ରାଲି
ଭୁବନେଶ୍ୱର, ୨୭/୦୫ : ଓଡ଼ିଶାରେ ପ୍ରଥମ ଥର ପାଇଁ ମଣିପାଲ ହସ୍ପିଟାଲ ପକ୍ଷରୁ ଏକ ବିଶାଳ ଆମ୍ବୁଲାନ୍ସ୍ ରାଲିର ଆୟୋଜନ କରାଯାଇଛି । ଏଥିରେ ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ୫୦ରୁ ଉର୍ଦ୍ଧ୍ୱ ଅତ୍ୟାଧୁନିକ ଆମ୍ବୁଲାନ୍ସ୍କୁ ବ୍ୟବହାର କରାଯାଇଥିଲା । ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସକୁ ଡାକିବା ସମୟରେ ଗ୍ରହଣ କରିବାକୁ ଥିବା ଗୁରୁତ୍ୱପୁର୍ଣ୍ଣ ପଦକ୍ଷେପ ବିଷୟରେ ଲୋକଙ୍କୁ ସଚେତନତା ସୃଷ୍ଟି କରିବା ପାଇଁ ଏଭଳି ରାଲିର ଆୟୋଜନ କରାଯାଇଛିି । ଏହି ର୍ୟାଲି ଖଣ୍ଡଗିରି ଜୟଦେବ ବାଟିକା ନିକଟସ୍ଥ ମଣିପାଲ ହସ୍ପିଟାଲ ଠାରୁ ଆରମ୍ଭ ହୋଇ ମାଷ୍ଟରକ୍ୟାଣ୍ଟିନ୍ ପର୍ଯ୍ୟନ୍ତ ଯାଇଥିଲା ।
ଭୁବନେଶ୍ୱର ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଶକ୍ତିମୟ ମହାପାତ୍ର ଏହି ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଉପରେ ଧ୍ୟାନ ଦେଇଥାଏ ଯାହା ଆମ୍ବୁଲାନ୍ସ ରୋଗୀକୁ ଜୀବନ ରକ୍ଷାକାରୀ ଚିକିତ୍ସା ଯୋଗାଇବା ପାଇଁ ଯଥାଶୀଘ୍ର ପହଞ୍ଚିବା ନିତ୍ୟାନ୍ତ ଜରୁରୀ ଅଟେ । ସେହିଭଳି ମେଡିକାଲ ସୁପରିଟେଣ୍ଟେନ୍ ଡାକ୍ତର ସିଦ୍ଧ୍ୟର୍ଥ ମିଶ୍ର କହିଥିଲେ ଯେ, ସଡ଼କ ଦୁର୍ଘଟଣା, ହାର୍ଟ ଆଟାକ୍, ବ୍ରେନ୍ ଷ୍ଟ୍ରୋକ୍, ଛାତିରେ ଯନ୍ତ୍ରଣା, ତେତାଶୁନ୍ୟ ହୋଇଯିବା, ନିଶ୍ୱାସ-ପ୍ରଶ୍ୱାସ ନେବାରେ ଅସୁବିଧା ଭଳି ଗୁରୁତର ଅବସ୍ଥାରେ ଠିକ୍ ସମୟରେ ଆମ୍ବୁଲାନ୍ସ୍ ସେବା ରୋଗୀଙ୍କୁ ଜୀବନ ରକ୍ଷା କରିବାରେ ବେଶ ସହାୟକ ହୋଇଥାଏ । ଏହି ସଚେତନତା ସୃଷ୍ଟି କରିବା ପାଇଁ ପ୍ରଥମ ଥର ପାଇଁ ଓଡ଼ିଶାରେ ଏହି ବିଶାଳ ଆମ୍ବୁଲାନ୍ସ ରାଲିର ଆୟୋଜନ କରାଯାଇଛି ।