ଓଡିଶା

ଗଜପତିରେ ମାଟ୍ରିକ ପାସ ହାର ୯୭.୦୮ ପ୍ରତିଶତ…

ଗଜପତି, ୨୭/୦୫ : ଗଜପତି ଜିଲ୍ଲାରେ ଚଳିତ ବର୍ଷ ମାଟ୍ରିକ ପାସ ହାର ୯୭.୦୮ ପ୍ରତିଶତ ହୋଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ଜିଲ୍ଲାର ୮୨୩୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୭୯୯୫ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏ୧ ରେ ଜଣେ, ଏ୨ ରେ ୧୩୭ ଜଣ, ବି୧ ରେ ୧୬୦୪, ବି୨ ରେ ୨୩୩୯, ସି ରେ ୨୩୪୧, ଡି ରେ ୧୧୩୯, ଇ ରେ ୪୩୪ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଅପରପକ୍ଷେ ପରୀକ୍ଷାରେ ୨୪୦ ଜଣ ଫେଲ ହୋଇଥିବା ନେଇ ସୂଚନା ମିଳିଛି । ସେହିପରି ଏସ୍.ଓ.ଏସ୍.ସି ରେ ୨୩୦ ଜଣ ପରୀକ୍ଷା ଦେଇଥିବାବେଳେ ୨୧୧ ଜଣ ପାସ ହୋଇଛନ୍ତି । ଏଥିରେ ପାସ ହାର ୯୧.୭% ପ୍ରତିଶତ ହୋଇଛି । ବି୨ ଜଣେ, ସି ରେ ୨୩ ଜଣ, ଡି ରେ ୧୩୧, ଇ ରେ ୫୬ ଜଣ ଓ ୧୯ ଜଣ ଫେଲ ହୋଇଛନ୍ତି । ଜିଲ୍ଲାର ୯୬.୨୪ ପ୍ରତିଶତ ଛାତ୍ର ପାସ ହାର ରହିଥିବା ବେଳେ ୯୭. ୯୨ ପ୍ରତିଶତ ଛାତ୍ରୀଙ୍କ ପାସ ହାର ରହିଥିବା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଜଣା ପଡ଼ିଛି । ଗଜପତିରେ ମାଟ୍ରିକ ଫଳାଫଳରେ ପାରଳାଖେମୁଣ୍ଡି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଳୟର ଛାତ୍ର ସୁଶୋଭନ ପାତ୍ର ୬୦୦ ରୁ ୫୫୨ ମାର୍କ ରଖି ୯୨ ପ୍ରତିଶତ ଆଣି ଜିଲ୍ଲାରେ ଟପ୍ପର ହୋଇଛନ୍ତି ।
ରିପୋର୍ଟ : ଗଜପତିରୁ ବିବେକାନନ୍ଦ ବେହେରା

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା