ଓଡିଶା

କୂଳ ହରାଉଛି ବାଉଁଶ କାରୀଗରଙ୍କ କୌଳିକ ବୃତ୍ତି…

ଗଜପତି, ୨୭/୦୫ : ପ୍ରୋତ୍ସାହନ ଅଭାବରୁ ହଜିବାକୁ ବସିଲାଣି ବାଉଁଶ କାରୀଗରଙ୍କ କୌଳିକ ବୃତ୍ତି । ବାଉଁଶ କାରିଗର ମାନେ ବାଉଁଶରେ ବିଭିନ୍ନ ସରଞ୍ଜାମ ତିଆରି କରି ବିକ୍ରି କରିଥାନ୍ତି । ଧାନ ରଖିବା ଲାଗି ଡୋଲି,ତାଟ,କୁଲା, ଚାଉଳ ଧୁଆ, ତାଟି, ଛପା, କୁକୁଡ଼ା ଘୋଡୁ ଏହିଭଳି ବିଭିନ୍ନ ସାମଗ୍ରୀ ତିଆରି କରି ହାଟ ବଜାର ଗାଁ ଗହଳିରେ ବିକ୍ରି କରି ନିଜର ଜୀବନ ଜୀବିକା ନିର୍ବାହ କରିଥାନ୍ତି । ହେଲେ ଏବେ ଆଧୁନକତାର ସ୍ପର୍ଶରେ ହଜିବାକୁ ବସିଲାଣି ଏମାନଙ୍କ କୂଳବେଉଶା । ପାରଳାଖେମୁଣ୍ଡିର ଖଞ୍ଜା ମେଦିରିସାହିରେ ୬୦ଟି ପରିବାର ରହୁଛନ୍ତି । ସେମାନଙ୍କ ଜୀବନ ଜୀବିକା ହେଉଛି ବାଉଁଶର ବିଭିନ୍ନ ସରଞ୍ଜାମ କରି ବିକ୍ରି କରିବା । ସେଥିରେ ଯାହା ଦି ପଇସା ରୋଜଗାର ହୁଏ ସେଥିରେ ପରିବାର ଚଳେ । ଏହିଠାରେ ବସବାସ କରନ୍ତି ସିଂହଗିରୀ ବାଉଁଶ ବୁଣା ସମାଜ । କିନ୍ତୁ ସେମାନଙ୍କୁ ସରକାରଙ୍କ ପକ୍ଷରୁ କିଛି ପ୍ରୋତ୍ସାହନ ମିଳୁନଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ । ସେମାନଙ୍କୁ ସରକାରଙ୍କ ପକ୍ଷରୁ ବାଉଁଶ ଯୋଗାଇ ଦିଆଯାଉନାହିଁ । ଏପରିକି ସରକାରଙ୍କ ପକ୍ଷରୁ ଯଦି ସାହାଯ୍ୟ ସହଯୋଗ ରହେ କିମ୍ବା ପ୍ରୋତ୍ସାହନ ମିଳେ ତାହା ହେଲେ ନିଜର କୌଳିକ ବୃତ୍ତିକୁ ଆଗାମୀ ପିଢି ଆପଣେଇବେ ବୋଲି ଆଶା ପ୍ରକାଶ କରାଯାଉଛି । ଏହି କୌଳିକ ବାଉଁଶ କାରିଗର ବୃତ୍ତି ବଞ୍ଚି ରହିବ ବୋଲି ଆଶା କରାଯାଉଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା