ଓଡିଶା ମନୋରଞ୍ଜନ ଯ଼ୋଗାଯ଼ୋଗ

ପୁରୀର ସୁନା ଝିଅ ମାମୁନ୍ ଦାଶଙ୍କ କାହାଣୀ ନାରୀଜାତି ପାଇଁ ପ୍ରେରଣା…

ବର୍ତ୍ତମାନ ସମୟରେ ଗ୍ରୁମିଂ କାହାକୁ ବା ପସନ୍ଦ ନୁହେଁ । ସୌନ୍ଦର୍ଯ୍ୟ ପ୍ରତିଟି ନାରୀ ଜୀବନର ଅଳଙ୍କାର କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଏହି ସୋନ୍ଦର୍ଯ୍ୟକରଣ ପଛରେ ଥିବା ଜଣେ ମୁକ୍ତା ହେଉଛନ୍ତି ମାମୁନ୍ ଦାଶ । ଜଣେ ସାଧାରଣ ଝିଅରୁ ଜଣେ ସଫଳ ଉଦ୍ୟୋଗୀ ଓ ପରେ ପରେ ନାରୀ ଜାତି ପାଇଁ ପ୍ରେରଣା ସାଜିଛନ୍ତି ପୁରୀର ଗର୍ବ ମାମୁନ୍ ଦାଶ ଓରଫ୍ ହରସ୍ମିତା ଦାଶ । ପୁରୀ ସହରରେ ବ୍ରାହ୍ମଣ ସମ୍ପ୍ରଦାୟରେ ତାଙ୍କର ଜନ୍ମ। ଦୀର୍ଘ ୮ ବର୍ଷ ଧରି ସୁଦୂର ଦିଲ୍ଲୀ ଆନ୍ତର୍ଜାତୀୟ ଏୟାରପୋର୍ଟରେ ସେ ଚାକିରୀ କରୁଥିଲେ । କିନ୍ତୁ ମେକଅପକୁ ନେଇ ଭିନ୍ନ ଏକ ମୋହ ଥିଲା ତାଙ୍କର । ଶେଷରେ ଚାକିରୀ ଛାଡ଼ି ପୁରୀରେ ନିଜସ୍ଵ ପରିଶ୍ରମରେ ବିଉଟି ସେଲୁନ କରିବାର ନିଷ୍ପତ୍ତି ନେଲେ ମାମୁନ୍ ଦାଶ । ଅପରପକ୍ଷେ ପୁରୀ ସହରରେ ବ୍ରାହ୍ମଣ ପରିବାରରେ ଜନ୍ମିତ ଝିଅଟିଏ ପାଇଁ “ସେଲୁନ୍” ଖୁବ୍ ଚ୍ୟାଲେଞ୍ଜିଙ୍ଗ ଥିଲା ।

ଶେଷରେ ଦୁନିଆର ନିନ୍ଦା, ଅପମାନ ଓ ତାତ୍ସଲ୍ୟକୁ ପଛରେ ପକାଇ ଏକାକୀ ଆରମ୍ଭ କରନ୍ତି ନିଜର ସଂଘର୍ଷର ଯାତ୍ରା ଓ ନିଜ ସ୍ବପ୍ନକୁ ବାସ୍ତବ ରୂପ ଦେବାକୁ ଯାଇ ୨୦୨୦ ଅକ୍ଟୋବରରେ ଆରମ୍ଭ କରନ୍ତି “ମାମୁନ୍’ସ୍ ମେକଓଭର୍” । ଦୀର୍ଘ ୩ ବର୍ଷ ଭିତରେ ମାମୁନ୍ ଙ୍କର ଅକ୍ଲାନ୍ତ ପରିଶ୍ରମ ତାଙ୍କୁ ଦିଏ ସ୍ଵତନ୍ତ୍ର ପରିଚୟ । କେବଳ ପୁରୀ ନୁହେଁ ସାରା ଓଡ଼ିଶାରେ ଖୁବ୍ ଖ୍ୟାତି ଅର୍ଜନ କରନ୍ତି ମାମୁନ୍ । ଧିରେ ଧିରେ ସେ ଲକ୍ଷ୍ୟ କରନ୍ତି ମେକଅପ୍ ଓ ବ୍ୟୁଟିକୁ ନେଇ ଦିନକୁ ଦିନ ଝିଅଙ୍କର ଆଗ୍ରହ ବଢୁଛି । ଏହି ଦିଗରେ ନିଜକୁ ଆଗେଇ ନେବା ପାଇଁ ଇଛୁକ ଅଛନ୍ତି ଗାଁ ଗହଳିର ଅନେକ ଝିଅ । ଏହାକୁ ଦୃଷ୍ଟିରେ ରଖି ସାଧାରଣ ଝିଅଙ୍କୁ ରୋଜଗାର ଯୋଗେଇ ଦେଇ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ସେ ଏହି ସମ୍ମତ ଶିକ୍ଷାଦାନ ମଧ୍ୟ ଆରମ୍ଭ କରନ୍ତି, ଯାହା ଏବେ “ମାମୁନ୍ ଦାଶ ମେକଅପ୍ ଆଣ୍ଡ ଷ୍ଟାଇଲ୍ ଏକାଡେମୀ” ନାଁ ରେ ବେଶ୍ ପ୍ରସିଦ୍ଧି ଲାଭ କରିଛି । ପାଠ ପ୍ରତି ରୁଚି ରଖୁନଥିବା ପିଲା ହୁଅନ୍ତୁ ଅବା ସମ୍ଭ୍ରାନ୍ତ ଶ୍ରେଣୀର ଝିଅ ବୋହୂ ମାନେ ଏଠାରେ ଶିଖିବାର ସୁଯୋଗ ପାଇବା ସହିତ ନିଜର ସ୍ଵତନ୍ତ୍ର ପରିଚୟ ବନେଇ ରୋଜଗାରକ୍ଷମ ହୋଇ ପାରୁଛନ୍ତି । ବିଗତ ବର୍ଷ ଅର୍ଥାତ୍ ୨୦୨୩ ଜୁନ୍ ୧ ତାରିଖରେ ହୋଇଥିବା ଏହି ଏକାଡେମୀ ଏବେ ୧ ବର୍ଷ ପୂର୍ତ୍ତି ଲାଭ କରିଛି । ବର୍ଷେ ମଧ୍ୟରେ ପାଖାପାଖି ୧୦୦ ରୁ ଉର୍ଦ୍ଧ୍ବ ଝିଅ ମାନେ “ମାମୁନ୍ ଦାଶ ମେକଅପ୍ ଆଣ୍ଡ ଷ୍ଟାଇଲ୍ ଏକାଡେମୀ”ରେ ଶିକ୍ଷାଲାଭ କରି ଆଜି ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି । ଝିଅ ମାନଙ୍କର ଇଚ୍ଛାଶକ୍ତି ଓ ଆର୍ଥିକ ସମସ୍ୟାକୁ ଦୃଷ୍ଟିରେ ରଖି ଖୁବ୍ କମ୍ ମୂଲ୍ୟରେ ଏହି ଶିକ୍ଷା ଯୋଗେଇ ଦେଉଛନ୍ତି ମାମୁନ୍, ଯାହା ସବୁ ବର୍ଗର ଝିଅଙ୍କ ପାଇଁ ଯଥେଷ୍ଟ ଲାଭଦାୟକ ହୋଇ ପାରୁଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା