ଓଡିଶା

୨୬ରେ ପ୍ରକାଶ ପାଇବ ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ଫଳ…

ମେ ୨୬ରେ ପ୍ରକାଶ ପାଇବ ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ଫଳ । ୨୬ ତାରିଖ ସକାଳ ୧୦ଟା ୩୦ରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ । ୧୧ଟା ୩୦ରେ ବୋର୍ଡ ୱେବସାଇଟ www.bseodisha.ac.in ରେ ଲଗ୍ ଇନ୍ କରି ରେଜଲ୍ଟ ପାଇପାରିବେ ଛାତ୍ରଛାତ୍ରୀ । ଇଣ୍ଟରନେଟ୍ ସୁବିଧା ନ ଥିଲେ ଏସ୍ଏମ୍ଏସ୍ ଜରିଆରେ ବି ରେଜଲ୍ଟ ଜାଣିପାରିବେ ପରୀକ୍ଷାର୍ଥୀ । ମୋବାଇଲରେ OR10<>RollNo<> ଲେଖି ୫୬୭୬୭୫୦ ନମ୍ବରକୁ ଏସ୍ଏମ୍ଏସ୍ କରି ପଠାଇଲେ ରେଜଲ୍ଟ ମିଳିବ । ୧୨ଟା ୩୦ରେ ଟାବୁଲେସନ୍ ରେଜିଷ୍ଟର ଉପଲବ୍ଧ ହେବ । ସେହିଦିନ ଅପରାହ୍ନ ୪ଟା ସମୟରେ ପିଲାଙ୍କୁ ସେମାନଙ୍କର ଡିଜିଟାଲ ସାର୍ଟିଫିକେଟ୍ ମିଳିଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ଚଳିତ ବର୍ଷ ପ୍ରଥମ ଥର ପାଇଁ ଡିଜିଟାଲ ସାର୍ଟିଫିକେଟ୍ ଡାଉନଲୋଡ୍ କରି ପାରିବେ ଛାତ୍ରଛାତ୍ରୀ । ଅନଲାଇନ୍ ଓ ହ୍ୱାଟ୍ସଆପ୍‌ରେ ପାଇପାରିବେ ଡିଜିଟାଲ୍ ସାର୍ଟିଫିକେଟ । ଏଥିପାଇଁ ଛାତ୍ରଛାତ୍ରୀ ମୋବାଇଲରୁ BSE/Hi ଲେଖି ୭୭୧୦୦୫୮୧୯୨ରେ ହ୍ୱାଟ୍ସଆପ୍‌ କରିବେ । ଏହାପରେ ଫୋନରେ ଆସୁଥିବା ଇନଷ୍ଟ୍ରକସନକୁ ଫଲୋ କରିବେ ।

ଛାତ୍ରଛାତ୍ରୀ ମେ’ ୨୯ରୁ ଜୁନ୍‌ ୧୨ତାରିଖ ମଧ୍ୟରେ ଚେକିଂ ପାଇଁ ଆବେଦନ କରି ପାରିବେ । ହାଇସ୍କୁଲ ପାଇଁ ଅନଲାଇନ୍‌ ମାଧ୍ୟମରେ, ମଧ୍ୟମା ଓ ଏସଓଏସ୍ ପାଇଁ ଅଫଲାଇନ୍‌ରେ ଆବେଦନ କରି ପାରିବେ । ଏଥିସହ ଛାତ୍ରଛାତ୍ରୀଙ୍କ ସନ୍ଦେହ ତ୍ରୁଟି ପାଇଁ ଆଜିଠୁ କଣ୍ଟ୍ରୋଲ ରୁମ୍‌ ଖୋଲୁଛି । ୮୭୬୩ ୪୪୬୨୯୨ ଓ ୯୪୩୭୨୨୮୧୮୭ ନମ୍ବରରେ ଫୋନ୍‌ କରି ନିଜ ପ୍ରଶ୍ନ ପଚାରି ପାରିବେ । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ସେମାନେ କଲ୍‌ କରି ନିଜ ସମସ୍ୟା ସମ୍ପର୍କରେ ଜଣାଇ ପାରିବେ ।

ସେହିପରି ଅପରାହ୍ନରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ । ଏକାସାଙ୍ଗରେ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇବ ବୋଲି ସିଏଚ୍‌ଏସ୍‌ଇ ପକ୍ଷରୁ ସୂଚନା ମିଳିଛି । ଛାତ୍ରଛାତ୍ରୀ www.orissaresults.nic.in ରେ ଲଗ୍‌ ଇନ୍‌ କରି ସେମାନଙ୍କ ରେଜଲ୍ଟ ଦେଖିପାରିବେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା