ଆମ୍ରୀ ନୁହେଁ ଏବେଠୁ ମଣିପାଲ୍ ହସ୍ପିଟାଲ୍ସ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ୪୦୦ ଶଯ୍ୟା ବିଶିଷ୍ଟ ଆମ୍ରୀ ହସ୍ପିଟାଲକୁ ସଫଳତାର ସହ ନିଜ ବ୍ରାଣ୍ଡରେ ସାମିଲ କରିଛି ଭାରତର ଦ୍ୱିତୀୟ ବୃହତ୍ତମ ଡାକ୍ତରଖାନା ମଣିପାଲ ହସ୍ପିଟାଲ । ଚଳିତ ମେ’ ୨୨ ତାରିଖରୁ ଏହି ହସ୍ପିଟାଲ୍ ଏହାର ବିଭିନ୍ନ ସେବାଗୁଡିକୁ ମଣିପାଲ ହସ୍ପିଟାଲର ମାନଦଣ୍ଡ ଅନୁଯାୟୀ ପ୍ରଦାନ କରୁଛି, ଯାହା ପୂର୍ବ ଭାରତରେ ସ୍ୱାସ୍ଥ୍ୟସେବାର ରୂପାନ୍ତରଣ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ।
ଏହି ଏକକୀକରଣ ଉକ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂତନ ଯୁଗକୁ ସୂଚିତ କରୁଛି । କାରଣ ଏହି ଡାକ୍ତରଖାନାରେ ଥିବା ସୁବିଧାଗୁଡିକୁ ମହାନଗର ଅଞ୍ଚଳର ଡାକ୍ତରଖାନା ଗୁଡିକରେ ମିଳୁଥିବା ସୁବିଧା ଗୁଡିକ ସହିତ ସମାନସ୍ତରକୁ ଉନ୍ନତିକରଣ କରିବାକୁ ମଣିପାଲ ହସ୍ପିଟାଲ୍ସ୍ ପ୍ରତିଶୃତିବଦ୍ଧ । ପରିବର୍ତ୍ତନର ଏକ ଅଂଶ ଭାବରେ, ମଣିପାଲ ହସ୍ପିଟାଲ ଏକ ସମନ୍ୱିତ ପରିଚୟ ଏବଂ ଗୁଣାତ୍ମକ ସେବା ପ୍ରଦାନ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବ ।