ଝାରସୁଗୁଡାରେ ସର୍ବାଧିକ ୨୫.୩୨ ପ୍ରତିଶତ ମତଦାନ…

ରାଜ୍ୟରେ ଆଜି ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ମୁତାବକ, ଝାରସୁଗୁଡାରେ ସର୍ବାଧିକ ୨୫.୩୨ ପ୍ରତିଶତ ମତଦାନ ହୋଇଥିବାବେଳେ ବଲାଙ୍ଗୀରରେ ସର୍ବନିମ୍ନ ୧୭.୧୬ ପ୍ରତିଶତ ମତଦାନ ହୋଇଛି । ସେହିପରି ବରଗଡରେ ୨୨.୦୬ ପ୍ରତିଶତ, ବୌଦ୍ଧରେ ୨୧.୭୫ ପ୍ରତିଶତ, ଗଞ୍ଜାମରେ ୨୧.୯୮ ପ୍ରତିଶତ, କନ୍ଧମାଳରେ ୧୯.୩୫ ପ୍ରତିଶତ, ନୟାଗଡରେ ୨୦.୯୭ ପ୍ରତିଶତ, ସୁବର୍ଣ୍ଣପୁରରେ ୨୦ ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ରହିଛି । ଓଡିଶାର ୫ ସଂସଦୀୟ କ୍ଷେତ୍ର ଆସ୍କା, କନ୍ଧମାଳ, ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ ସହ ୩୫ ବିଧାନସଭା ଆସନ ପାଇଁ ପଡୁଛି ଭୋଟ୍ ।