ଓଡିଶା

ରାଜ୍ୟରେ ହେଭିୱେଟ୍ ପ୍ରଚାର ତାଲିକା । କିଏ କେଉଁଠି କରିବେ ପ୍ରଚାର…

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି ହେଭିୱେଟ ନେତା । ଆଜି ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଖଡଗେ ଭୁବନେଶ୍ୱରରେ ପହଞ୍ଚିବା ପରେ ମେ ଫେୟାରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ । ଏହାପରେ ଅପରାହ୍ନରେ ଫୁଲବାଣୀର ସ୍ଥାନୀୟ କରୋନେସନ ପଡ଼ିଆରେ ଏକ ପ୍ରଚାର ସମାବେଶକୁ ସମ୍ବୋଧନ କରି ଖଡଗେ, କଂଗ୍ରେସ ସାଂସଦ ପ୍ରାର୍ଥୀ ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ମଲିକାର୍ଜୁନ ଖଡ଼ଗେଙ୍କ ସହ ତେଲେଙ୍ଗାନାର ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ ପ୍ରମୁଖ ସମାବେଶରେ ଯୋଗ ଦେବେ । 

ସେପଟେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣଦେଓ ସାଏ ଆଜି ସୁନ୍ଦରଗଡ, ବରଗଡ ଓ ବଲାଙ୍ଗୀରରେ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି । ବିଷ୍ଣୁଦେଓ ସାଏ ସୁନ୍ଦରଗଡ ବାଲିଶଙ୍କରା ପଡିଆରେ ବିଜୟସଂକଳ୍ପ ସମାବେଶକୁ ସମ୍ବୋଧିତ କରିବେ । ଏହାପରେ ସେ ବରଗଡ ଜିଲ୍ଲା ବିଜେପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ସେହିପରି ଅପରାହ୍ନରେ ବଲାଙ୍ଗୀର ଉଲୁଣ୍ଡା କଲେଜ ପଡିଆରେ ଛତିଶଗଡ ମୁଖ୍ୟମନ୍ତ୍ରୀ ପ୍ରଚାର ସମାବେଶ କରିବା କାର୍ଯ୍ୟକ୍ରମ ରହିଛି ।

ଅପରପକ୍ଷେ ବିଜେପିର ଷ୍ଟାର ପ୍ରଚାରକ ତଥା ଆସାମ ମ୍ରୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଆଜି ବ୍ରଜରାଜନଗର, ବଣେଇ, ଅତାବିରା ଓ ଜଟଣୀରେ ସଭା କରି ପ୍ରଚାର କରିବେ । ଆସନ୍ତାକାଲି କବିସୂର୍ଯ୍ୟନଗର, କଣ୍ଟାବାଞ୍ଝି , ଲୋଇସିଂହା, ସତ୍ୟବାଦୀ, ପିପିଲିରେ ସମାବେଶ କରିବେ ।

ଏତଦ୍ ବ୍ୟତୀତ ଆଜି ବିଜେଡି ନେତା ତଥା ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବଲାଙ୍ଗୀରରେ ପ୍ରଚାର କରିବେ । ସେପଟେ ଅପରାହ୍ନରେ ବରଗଡ଼ ଜିଲ୍ଲାର ପଦ୍ମପୁର ଓ ସୁନ୍ଦରଗଡ଼ରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ ନଡ୍ଡା । ସକାଳେ ରାଜଧାନୀରେ ରୋଡ ଶୋ’ କରି ପ୍ରଚାର ମଙ୍ଗକୁ ଆଗେଇଛନ୍ତି ନଡ୍ଡା ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା