ଖଲ୍ଲିକୋଟ ପରେ ପୋଲସରାରେ ବି ଦେଖିବାକୁ ମିଳିଛି ରାଜନୈତିକ ହିଂସା…

ଖଲ୍ଲିକୋଟ ପରେ ପରେ ପୋଲସରାରେ ବି ଦେଖିବାକୁ ମିଳିଛି ରାଜନୈତିକ ହିଂସା । ପୋଲସରାରେ ଫୁଟିଛି ଗୁଳି । ପୋଲସରା ତୋଟାସାହିରେ ଯୁବକଙ୍କୁ ଗୁଳିମାଡ଼ ହୋଇଛି । ଯୁବକଙ୍କ ବେକରେ ବାଜିଛି ଗୁଳି । ତାଙ୍କ ନାଁ ଗଣେଶ ଖଟେଇ । ଗୁଳିମାଡରେ ଶିକାର ଗଣେଶଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଛି । ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି।
ଖଲ୍ଲିକୋଟ୍ ହିଂସାକାଣ୍ଡକୁ କେଇ ଘଣ୍ଟା ବିତିନଥିବା ବେଳେ ପୁଣି ପୋଲସରାରୁ ଆସିଛି ଏପରି ରାଜନୈତିକ ହିଂସା କାଣ୍ଡ । ଖଲ୍ଲିକୋଟ୍ ହିଂସା ମାମଲାରେ ୮ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ରହିଛି ।
ଆଜି ସକାଳେ ଗଣେଶ ରାସ୍ତାକଡ଼ରେ ଠିଆ ହୋଇଥିଲେ । ଏହି ସମୟରେ ତାଙ୍କୁ ପଛରୁ ଜଣେ ଦୁର୍ବୃତ୍ତ ଗୁଳି ମାଡ଼ କରି ଚମ୍ପଟ ମାରିଥିଲା । ସ୍ଥାନୀୟ ଲୋକେ ଗଣେଶଙ୍କୁ ଉଦ୍ଧାର କରି ପ୍ରଥମେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଗଣେଶ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କର୍ମୀ ହୋଇଥିବା ସୂଚନା ମିଳିଛି ।