ଓଡିଶା

ସରିଲା ନାମାଙ୍କନ । କିଏ ହାତେଇବ ଗଡ ତାହାକୁ ଅପେକ୍ଷା…

ନୀଳଗିରି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କଂଗ୍ରେସ ଓ ବିଜେଡି ପ୍ରାର୍ଥୀ । ଜାତୀୟ  କଂଗ୍ରେସ ପକ୍ଷରୁ ପୁର୍ବତନ ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ୟ ନୀଳଗିରି ବସ ଷ୍ଟାଣ୍ଡରୁ ଏକ ପଟୁଆରରେ କଂଗ୍ରେସଭବନ ପର୍ଯ୍ୟନ୍ତ ଯାଇ ସେଠାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ଅଳ୍ପ କେତେକ ସମର୍ଥକଙ୍କ ଗହଣରେ ନାମାଙ୍କନପତ୍ର ଦାଖଲ କରିଥିଲେ ଅକ୍ଷୟ କୁମାର । ଦୀର୍ଘ ଚବିଶ ବର୍ଷ ପରେ ପୁଣି ଅକ୍ଷୟ କୁମାର ଆଚାର୍ଯ୍ୟଙ୍କୁ କଂଗ୍ରେସ ଟିକେଟ ଦେଇ ଲଢିବାର ସୁଯୋଗ ଦେଇଥିବାରୁ ନୀଳଗିରିର ବିକାଶ ମୂଳଲକ୍ଷ୍ୟ ବୋଲି ସୂଚନା ଦେଇଥିଲେ ଅକ୍ଷୟ ।

ନିକଟରେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିବା ବିଧାୟକ ସୁକାନ୍ତ କୁମାର ନାୟକ ବିଜେଡି ଟିକେଟ ହାତେଇ ନାମାଙ୍କନପତ୍ର ଦାଖଲ କରିଛନ୍ତି । ନୀଳଗିରି ଜଗନ୍ନାଥ ମନ୍ଦିର ନିକଟରୁ ବିରାଟ ପଟୁଆରରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି ସୁକାନ୍ତ । ସାଂସଦ ପ୍ରାର୍ଥୀନୀ ଲେଖାଶ୍ରୀ ସାମନ୍ତସିଂହାର, ବ୍ଲକ୍ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ଏନଏସି ଅଧ୍ୟକ୍ଷା ଅମ୍ବିକା ଦାଶ, ଜିଲାପରିଷଦ ସଦସ୍ୟ ଗତିକୃଷ୍ଣ ନନ୍ଦ, ତାପସ ପରିଡା, ସୁନୀତି ସିଂଙ୍କ ସମେତ ବହୁ ନିର୍ବାଚିତ ପ୍ରତିନିଧି ଏବଂ ହଜାର ହଜାର ସମର୍ଥକଙ୍କ ଗହଣରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସୁକାନ୍ତ ।

ସେପଟେ ଆଗରୁ ହଜାର ହଜାର ସମର୍ଥକଙ୍କ ଗହଣରେ ନାମାଙ୍କନ ଦାଖଲ କରିସାରିଛନ୍ତି ବିଜେପି ପ୍ରାର୍ଥୀ ସନ୍ତୋଷ ଖଟୁଆ । ଚଳିତ ନିର୍ବାଚନରେ ନୀଳଗିରିରେ ଦେଖିବାକୁ ମିଳିବ ତ୍ରିମୁଖୀ ଲଢେଇ । ଏଥର ନୀଳଗିରିକୁ କିଏ ବାଜିମାତ୍ କରିବ ତାହା ଦେଖିବାକୁ ବାକୁ ରହିଲା ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା