ଆଜି ‘ବିଶେଷ ସମ୍ପର୍କ ଅଭିଯାନ’ରେ ଯୋଗଦେବେ ଆସାମ ମୁଖ୍ୟମନ୍ତ୍ରୀ…

ଆଜି ଓଡ଼ିଶା ଆସିବେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା । ଓଡ଼ିଶାରେ ପହଞ୍ଚିବା ପରେ ଅପରାହ୍ନରେ ଭୁବନେଶ୍ୱସ୍ଥିତ ସ୍ୱସ୍ତି ପ୍ରିମିୟମ ହୋଟେଲରେ ‘ବିଶେଷ ସମ୍ପର୍କ ଅଭିଯାନ’ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଚଳିତ ନିର୍ବାଚନ ପ୍ରଚାରକୁ ଶାଣିତ କରିବା ସହ ରାଜ୍ୟ ବିଜେପିକୁ ଶକ୍ତି ଦେବାକୁ ଓଡ଼ିଶା ଆସୁଛନ୍ତି ହେମନ୍ତ ବିଶ୍ୱଶର୍ମା । ଏନେଇ ସମସ୍ତ ତଥ୍ୟ ଜାରି କରିଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ।
ଏହା ପୂର୍ବରୁ ଗତ ୯ ତାରିଖରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓଡ଼ିଶା ଗସ୍ତରେ ଆସି ମାଲକାନଗିରି ଜିଲ୍ଲା କାଲିମେଳାରେ ଜନସଭାକୁ ସମ୍ବୋଧିତ କରିଥିଲେ । ଉକ୍ତ ସଭାରେ ହେମନ୍ତ ବିଶ୍ୱଶର୍ମା ବିଜେଡି ସୁପିମୋ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କ ଉପରେ ସିଧା ହମଲା କରି କହିଥିଲେ, ନବୀନ ବାବୁ ଓଡ଼ିଶାବାସୀଙ୍କୁ ଭଲ ପାଆନ୍ତି ନାହିଁ, ସେ କେବଳ ପାଣ୍ଡିଆନକୁ ଭଲ ପାଆନ୍ତି ।
ସୂଚନା ଥାଉକି, ଓଡିଶାରେ ଗତ ସୋମବାର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ୪ଟି ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।