୧୧ଟା ସୁଦ୍ଧା ଓଡ଼ିଶାରେ ୨୩.୨୮% ମତଦାନ…

ଓଡିଶାରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ । ୪ ସଂସଦୀୟ କ୍ଷେତ୍ର ଏବଂ ୨୮ଟି ବିଧାନସଭା ଲାଗି ଜାରି ରହିଛି ମତଦାନ । ରାଜ୍ୟ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ସକାଳ ୧୧ଟା ସୁଦ୍ଧା ଓଡ଼ିଶାରେ ୨୩.୨୮% ମତଦାନ ହୋଇଛି । ନୂଆପଡାରେ ସର୍ବାଧିକ ୨୬.୮୦% ମତଦାନ ହୋଇଥିବା ବେଳେ ଗଞ୍ଜାମରେ ସର୍ବନିମ୍ନ ୧୭.୭୪% ଭୋଟଗ୍ରହଣ ହୋଇଛି ।
ସେହିଭଳି ଗଜପତିରେ ୨୨.୦୨%, କଳାହାଣ୍ଡିରେ ୨୪.୭୯%, କୋରାପୁଟରେ ୨୬.୬୧%, ମାଲକାନିଗିରିରେ ୨୨.୪୩%, ନବରଙ୍ଗପୁରରେ ୨୪.୯୬%, ରାୟଗଡାରେ ୨୧.୮୧% ମତଦାନ ହୋଇଛି । ସନ୍ଧ୍ୟା ୬ଟା ଯାଏଁ ମତଦାନ ହେବାକୁ ଥିବା ବେଳେ ମତଦାନ ହାର ଆହୁରି ବୃଦ୍ଧି ପାଇବ । ବର୍ତ୍ତମାନ ଖରା କାରଣରୁ ଅପରାହ୍ନରେ ମତଦାନ ଅଧିକ ହୋଇପାରେ । ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ଶେଷ କରିବାକୁ ପୋଲିଂ ବୁଥ୍ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି ।