ଗିରଫ ହୋଇପାରନ୍ତି ସାଂସଦ ଅନୁଭବ…

ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଜାରି ହେଲା ଏନବିଡବ୍ଲୁ । କଟକ ଜେଏମଏଫସି କୋର୍ଟ ପକ୍ଷରୁ ଗିରଫ ବିହୀନ ଗିରଫ ପରୱାନା ଜାରି ହୋଇଛି । ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ ଏହି ଏନବିଡବ୍ଲୁ ଜାରି ହୋଇଛି । ପୁରୀଘାଟ ଥାନାରେ ରୁଜୁ ମାମଲାରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି ।
ଅନୁଭବଙ୍କ ନାଁରେ ଚାର୍ଜଫ୍ରେମ ହୋଇଥିଲା । ମାତ୍ର ଅନୁଭବ ହାଜର ନ ହୋଇ ବାରମ୍ବାର ସମୟ ମାଗୁଥିଲେ । ଚାର୍ଜଫ୍ରେମ ପାଇଁ ହାଜର ନ ହେବାରୁ ଏନବିଡବ୍ଲୁ ଜାରି କରିଛନ୍ତି କୋର୍ଟ । ୨୩ ତାରିଖ ସୁଦ୍ଧା ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।