ଓଡିଶା

ଓଡ଼ିଆ ଅସ୍ମିତା ଓ ସ୍ବାଭିମାନ ଉପରେ ପ୍ରଶ୍ନ; ଅଭିନବ ଢଙ୍ଗରେ ପ୍ରତିବାଦ କଲେ ଆଇ.ଟି ଇଞ୍ଜିନିୟର…

ଓଡିଆ ସ୍ୱାଭିମାନ, ଅସ୍ମିତା ଓ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ସ୍ଥିତିକୁ ନେଇ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ଓଡିଆ ଯୁବ ଆଇ.ଟି ଇଞ୍ଜିନିୟର । ନେଦରଲାଣ୍ଡରେ କାର୍ଯ୍ୟରତ ଯୁବ ଆଇ.ଟି ବିଶେଷଜ୍ଞ ଶିବ ପ୍ରଧାନ ଓଡ଼ିଶା ଫେରିବା ପରେ ଭୁବନେଶ୍ବର ବିମାନ ବନ୍ଦରରେ ଅଭିନବ ଭାବରେ ନିଜର ପ୍ରତିବାଦ ଓ କ୍ଷୋଭ ବ୍ୟକ୍ତ ପ୍ରକାଶ କରିଛନ୍ତି । ଓଡ଼ିଆଙ୍କ ସ୍ବାଭିମାନ, ସାମାଜିକ ପରମ୍ପରା, ଚଳଣି, ଭାଷା, କଳା, ସଂସ୍କୃତି ଓ ଅସ୍ମିତାକୁ କଟାକ୍ଷ କରି ଓଡ଼ିଆଙ୍କ ଭାବାବେଗକୁ ଆଘାତ କରୁଥିବା କିଛି ରାଜନେତାମାନଙ୍କ ବିରୋଧରେ ଅସନ୍ତୋଷ ଜାହିର କରିଛନ୍ତି ଶିବ । ସେ ବିମାନ ବନ୍ଦରରୁ ବାହାରି ମୁହଁରେ କଳା ବୋଳି ଆଣ୍ଠେଇ ଆଣ୍ଠେଇ ବାହାରକୁ ଆସିଥିଲେ । ଏବଂ ତାଙ୍କ ଟି-ସାର୍ଟରେ ଲେଖାଥିଲା ମୁଁ ମୋର ରାଜ୍ୟର ରାଜନୈତିକ ପରିସ୍ଥିତି ପାଇଁ ଲଜ୍ଜିତ ଓ ଏହା ସ୍ବାଭିମାନୀ ଓଡ଼ିଆର ବେଦନା । ଏହାକୁ ଦେଖି ଅନେକ ସହଯାତ୍ରୀ ସମର୍ଥନ କରିବା ସହ ମୋବାଇଲରେ ଭିଡିଓ ଉତ୍ତୋଳନ କରିଥିଲେ । ରାଜ୍ୟ ରାଜନୀତିରେ ଅଣ-ଓଡିଆଙ୍କ ପ୍ରଭୁତ୍ବକୁ ସେ ଦୃଢ ନିନ୍ଦା କରିଛନ୍ତି । ଆମ ରାଜ୍ୟର ଏଭଳି ସ୍ଥାଣୁ ଶାସନ ନୀତି ପାଇଁ ସେ ବାହାର ଦେଶରେ ଲଜ୍ଜିତ ବୋଲି ପ୍ରକାଶ କରିଛନ୍ତି ।

ଆଇ. ଟି. ବିଶେଷଜ୍ଞ ଶିବ ପ୍ରଧାନ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁରର ବାସିନ୍ଦା । ସେ ଗତ କିଛି ବର୍ଷ ଧରି ନେଦରଲାଣ୍ଡରେ ପ୍ରତିଷ୍ଠିତ କମ୍ପାନୀରେ କାର୍ଯ୍ୟ କରୁଛନ୍ତି । ଅନେକ ସମୟରେ ରାଜ୍ୟର ଶାସନ ନୀତିକୁ ନେଇ ସେ ତାଙ୍କର କ୍ଷୋଭ ଓ ସାମାଜିକ ବିସଙ୍ଗତିକୁ ବ୍ୟଙ୍ଗ କବିତା ମାଧ୍ୟମରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥାନ୍ତି । ରାଜ୍ୟରେ ବର୍ତ୍ତମାନ ନିର୍ବାଚନ ସମୟରେ ଓଡ଼ିଆ ଅସ୍ମିତା ଓ ସ୍ବାଭିମାନକୁ ପ୍ରମୁଖ ରାଜନୈତିକ ଦଳମାନେ ମୁଖ୍ୟ ଆୟୁଧ କରିଥିବା ବେଳେ ଓଡ଼ିଶା ବାହାରେ ରହୁଥିବା ଏବଂ ଓଡ଼ିଶାକୁ ଭଲ ପାଉଥିବା ସାଧାରଣ ଓଡ଼ିଆ ମଧ୍ୟ ବର୍ତ୍ତମାନର ରାଜନୀତିକ, ପ୍ରଶାସନିକ ଓ ସାମାଜିକ ସ୍ଥିତି ଉପରେ ବୀତସ୍ପୃହ ହୋଇ ଏଭଳି ନୀରବ ପ୍ରତିବାଦ କରିବା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା