ପ୍ରାର୍ଥୀ ଜାଣିପାରିଲେନି ନାମାଙ୍କନ ଦାଖଲ ପ୍ରକ୍ରିୟା…

ସିପିଆଇର ନାମାଙ୍କନପତ୍ର ଦାଖଲ ବନ୍ଦ ରହିଲା
ନୀଳଗିରି, ୯/୫ : ନାମାଙ୍କନପତ୍ର ଦାଖଲ କରିବା ପାଇଁ ସିପିଆଇ ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମ ସ୍ଥିର କରିଥିଲା । ଏ ନେଇ ବିଭିନ୍ନ ଅଞ୍ଚଳରୁ କର୍ମୀମାନେ ଆସିଥିଲେ । ପ୍ରାର୍ଥୀ ଅଜୟ କୁମାର ପଟ୍ଟନାୟକ, ଆଶିଷ କାନୁନଗୋ, କୈଳାଶ ପଣ୍ଡା, ନିରଞ୍ଜନ ବାରିକ ପ୍ରମୁଖ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ସାରି ମହାପ୍ରଭୁଙ୍କଠାରୁ ଆଶିଷ ଭିକ୍ଷା ମଧ୍ୟ କରିଥିଲେ । ଏହାସହ ଶୋଭାଯାତ୍ରାରେ ଯିବାପାଇଁ ସଜବାଜ ହୋଇଥିଲେ । ହେଲେ ଶେଷ ମୂହୂର୍ତ୍ତରେ ଜାଣିବାକୁ ପାଇଲେ ଯେ, ନିୟମ ଅନୁଯାୟୀ ପ୍ରଥମେ ଅନଲାଇନରେ ନାମାଙ୍କନପତ୍ର ଦାଖଲ କରିବାପରେ ନାମାଙ୍କନପତ୍ରର ମୂଳ କାଗଜପତ୍ର ରିଟନିଙ୍ଗ ଅଫିସର ତଥା ଉପଜିଲ୍ଲାପାଳଙ୍କଠାରେ ଦାଖଲ କରାଯିବ । ଯାହାକୁ ନେଇ ହେବାକୁଥିବା ଦାଖଲ ପ୍ରକ୍ରିୟାକୁ ବାତିଲ କରି ପରବର୍ତ୍ତୀ ଦିନ ଏହା କରାଯିବା ପାଇଁ ସ୍ଥିର କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲ୍ଲାର ନେତୃବୃନ୍ଦ ଉପସ୍ଥିତ ଥିଲେ ।