ତିରୋଧାନ ତିଥିରେ ଗଣକବି ବୈଷ୍ଣବ ପାଣିଙ୍କୁ ଶ୍ରଦ୍ଧାଞ୍ଜଳି…

ସାଲେପୁର, ୯/୫ : ଗଣକବି ସ୍ମୃତି ସଂସଦ ଏବଂ ଶରତ କର ଅନିମା କର ଫାଉଣ୍ଡେସନ ପକ୍ଷରୁ ଓଡ଼ିଆ ଗୀତିନାଟ୍ୟ ଜଗତର ଅପ୍ରତିଦ୍ୱନ୍ଦୀ ସ୍ରଷ୍ଠା ଗଣକବି ବୈଷ୍ଣବ ପଣିଙ୍କ ୬୮ ତମ ସ୍ମୁତି ଉତ୍ସବ ଜନ୍ମମାଟି କୋଠପଦାଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ଜାତି ଏବଂ ଓଡ଼ିଆ ଭାଷାର ଅସ୍ମିତାକୁ ନେଇ ଲେଖନୀ ଚାଳନା କରିଥିବା ବୈଷ୍ଣବ ପଣି ବୈଶାଖ ଅମାବାସ୍ୟାରେ ବିଦାୟ ନେଇଥିଲେ ମଧ୍ୟ ଆଜିବି ତାଙ୍କୁ ଜନ୍ମମାଟି ଝୁରୁଛି ବୋଲି ଅତିଥି ମାନେ କହିଥିଲେ । ଅନ୍ୟାୟ, ଅତ୍ୟାଚାର, ଶୋଷଣ ଏବଂ କଷଣର ନିଚ୍ଛକ ଚିତ୍ରକୁ ସେ ରାଶିରାଶି ନାଟକ, ଉପନ୍ୟାସ,କବିତା, ସୁଆଙ୍ଗ, ଫାର୍ସ, ଗୀତିନାଟ୍ୟ ଆଦି ବିଭିନ୍ନ ରଚନା ମାଧ୍ୟମରେ ଦର୍ଶାଇବାକୁ ଯାଇ ଜନ ଜାଗରଣ ସୃଷ୍ଟି କରୁଥିଲେ । ଏଭଳି ଜଣେ ସଂଗ୍ରାମୀ ପୁରୁଷ ଗଣକବିଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଆହ୍ୱାନ ଦେଇଥିଲେ ।
କବିଙ୍କ ଜନ୍ମମାଟି କୋଠପଦାଠାରେ ଆୟୋଜିତ ଏହି ସ୍ମୁତି ଶ୍ରଦ୍ଧାଞ୍ଜଳି ସଭାରେ ଶିକ୍ଷାବିତ ରନôାକର ମହାନ୍ତି, ଅଧ୍ୟାପକ ପ୍ରଫୁଲ୍ଲ କୁମାର ସ୍ୱାଇଁ, ସାମାଜିକକର୍ମୀ ରୁଦ୍ର ନାରାୟଣ ସିଂ, ସମାଜସେବୀ ରାମଚନ୍ଦ୍ର ମହାପାତ୍ର, ଗଣକବି ସ୍ମୁତି ସଂସଦ ସମ୍ପାଦକ ରାମଚନ୍ଦ୍ର ବେହେରା, ସାରସ୍ୱତ ସଂଗଠକ ଶୁଭେନ୍ଦୁ ସାମଲ, ସାହିତି୍ୟକ ଅଖିଳେଶ ମହାନ୍ତି ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଓଡ଼ିଆ ସାହିତ୍ୟର କ୍ରାନ୍ତିଦ୍ରଷ୍ଟା ପୁରୁଷ ବୈଷ୍ଣବ ପାଣିଙ୍କ ସ୍ମୁତି ଚାରଣ କରିବା ସହିତ ତାଙ୍କ ସାରସ୍ୱତ ଜୀବନର ଅନନ୍ୟ କୀର୍ତ୍ତି ଓ କୃତୀର ମୂଲ୍ୟାୟନ କରିଥିଲେ ।
ଏହି ସାରସ୍ୱତ କାର୍ଯ୍ୟକ୍ରମକୁ ବାସୁଦେବ ପୃଷ୍ଟି, ଦୀପକ ରଞ୍ଜନ ଦାସ, କାର୍ତ୍ତିକ ବିହାରୀ, ସମସେର ଖାଁ, ମନୋରଞ୍ଜନ ମହାନ୍ତି, ସୁଶାନ୍ତ ଦାସ, ପ୍ରକାଶ ବେହେରା, ସୁମନ୍ତ ପଲେଇ, ଅମୁଲ୍ୟ ପଲେଇ,ଦିଲୀପ ମହାନ୍ତି, ଅମୀୟ ବାରିକ, ଅଜୟ ନାୟକ, ବିମ୍ବାଧର ସାହୁ ପ୍ରମୁଖ ଅନୁଷ୍ଠାନର କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ ।