ଓଡିଶା

କୃଷ୍ଣପ୍ରସାଦରେ ବିରାଟ ଜନସଭାକୁ ସମ୍ବୋଧିତ କରିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ରାଜ୍ୟରେ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନିର୍ବାଚନୀ ମଇଦାନରେ କେନ୍ଦ୍ରୀୟ ନେତୃତ୍ବଙ୍କ ପ୍ରଚାର ସେତିକି ଜୋରଦାର ହେବାରେ ଲାଗିଛି । କ୍ୟାମ୍ପେନ୍ ପାଇଁ ଆଜି ଓଡ଼ିଶା ଆସୁଛନ୍ତି ବିଜେପିର ଦୁଇ ହେଭିୱେଟ୍ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।

ପୁରୀ ଲୋକସଭା କ୍ଷେତ୍ରରେ ଆଜି ପ୍ରଚାର କରିବେ ବିଜେପିର ଷ୍ଟାର କ୍ୟାମ୍ପେନର ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ସୂଚନା ଅନୁସାରେ ମଧ୍ୟାହ୍ନ ୧୨ଟା ୧୦ ମିନିଟରେ ଗଡକରୀ ଭୁବନେଶ୍ୱର ବିମାନ ବନ୍ଦର ପହଞ୍ଚିବେ । ଏହାପରେ ସ୍ୱତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଯାଇ ପୁରୀ ତାଳବଣିଆ ହେଲିପ୍ୟାଡରେ ମଧ୍ୟହ୍ନ ୧୨ଟା ୩୫ ମିନିଟରେ ପହଞ୍ଚିବେ । ପୁରୀରେ ପହଞ୍ଚିବା ପରେ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ । ଅପରାହ୍ଣ ୩ଟା ୩୦ ମିନିଟରେ କୃଷ୍ଣପ୍ରସାଦ ଓ ପିପିଲିରେ ବିରାଟ ଜନସଭାକୁ ସମ୍ବୋଧନ କରିବାକୁ ଯିବେ ।

ସେହିପରି ହିମନ୍ତ ବିଶ୍ୱଶର୍ମା ମାଲକାନଗିରି, ଚିତ୍ରକୋଣ୍ଡା ଓ ଖଲ୍ଲିକୋଟରେ ପ୍ରଚାର କରିବେ । ସୂଚନାଥାଉକି, ଶୁକ୍ରବାର ପୁଣି ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା