ଓଡିଶା

କଳାହାଣ୍ଡି ଦେଖିବ କୋଟିପତି ରାଣୀ ବନାମ ଆଦିବାସୀ ମହିଳାଙ୍କ ଲଢେଇ, ସେପଟେ ରେସରେ ଅଛନ୍ତି ବରିଷ୍ଠ ନେତା…

ଧର୍ମଗଡ, ୯/୫ : କଳାହାଣ୍ଡିରେ ନିର୍ବାଚନ ତାତି ଦିନକୁ ଦିନ ବଢି ବଢ଼ି ଚାଲିଥିବା ବେଳେ ଆଉ କେଇଟା ଦିନ ପରେ ନିର୍ବାଚନର ମହାନ୍ ପର୍ବରେ ନିଜର ପ୍ରତିନିଧିତ୍ୱଙ୍କୁ ଦିଲ୍ଲୀ ଦରବାରକୁ ପଠାଇବା ପାଇଁ ଜନତା ପ୍ରସ୍ତୁତ ହେଉଛନ୍ତି । କଳାହାଣ୍ଡି ଲୋକସଭା ମଣ୍ଡଳୀ ଏକ ଚର୍ଚ୍ଚିତ ଲୋକସଭା ମଣ୍ଡଳୀ ଭାବେ ନିଜର ପରିଚୟ ବହନ କରି ଆସିଛି । ବିଗତ ଦିନରେ ଏହି ନିର୍ବାଚନ ମଣ୍ଡଳୀରୁ ଅନେକ ନେତା ଦିଲ୍ଲୀ ଦରବାରରେ କଳାହାଣ୍ଡିର ପ୍ରତିନିଧିତ୍ୱ କରିଛନ୍ତି । କଳାହାଣ୍ଡିର ବିକାଶ ଦିଗରେ ବିଭିନ୍ନ ଦଳର ଅନେକ ସରକାର ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି । କିନ୍ତୁ ଆମେ ଯଦି ପ୍ରତିନିଧିତ୍ୱକୁ ଦେଖିବା ତାହେଲେ ଏକ ରାଜ ବଂଶର ପରିବାର ଅନେକ ଥର କଳାହାଣ୍ଡି ପ୍ରତିନିଧିତ୍ୱ କରିଥିବା ନଜିର ରହିଛି ।

ବର୍ତମାନର ବିଜେପି ପ୍ରାର୍ଥିନୀ ମାଳବିକା ଦେଓଙ୍କ ଶଶୁରଙ୍କ ବାପା ଥରେ ଲୋକସଭା ସାଂସଦ ହୋଇଥିବା ବେଳେ ତାଙ୍କ ଶଶୁର ତିନି ଥର ଓ ତାଙ୍କ ସ୍ୱାମୀ ଅର୍କ କେଶରୀ ଦେଓ ଥରେ ଦିଲ୍ଲୀ ଦରବାରରେ ଯାଇ କଳାହାଣ୍ଡି ପାଇଁ ପ୍ରତିନିଧିତ୍ୱ କରିଛନ୍ତି । ମାଳବିକା ଦେଓଙ୍କ ରାଜ ପରିବାର ଏତେ ବର୍ଷ ଶାସନ କଲା ପରେ କଳାହାଣ୍ଡିବାସୀଙ୍କ ପାଇଁ କି କି କାର୍ଯ୍ୟ କରିଛନ୍ତି ସେ ଉପରେ ଏବେ ଭୋଟର ପ୍ରଶ୍ନ ପଚାରିଛନ୍ତି । ଏଭଳି ସମୟରେ ମାଳବିକା ଦେଓ ଅତି ଚତୁରତା ସହ ଲୋକଙ୍କ କଥାକୁ ଏଡ଼ାଇ ମୁଁ କଳାହାଣ୍ଡିକୁ ଏକ ନମ୍ଭର ଜିଲ୍ଲା କରିବି ବୋଲି କହିଥିବା ଗଣ ମାଧ୍ୟମରୁ ଜଣାପଡ଼ିଛି ।
ପ୍ରଥମତଃ କଳାହାଣ୍ଡି ଲୋକସଭା ସଂସଦୀୟ କ୍ଷେତ୍ର କଳାହାଣ୍ଡି ଓ ନୂଆପଡା ଜିଲ୍ଲାକୁ ନେଇ ଗଠିତ । ତେବେ କଳାହାଣ୍ଡି ଜିଲ୍ଲାକୁ ନେଇ ମତ ରଖିଥିବା ବେଳେ ନୂଆପଡା ଜିଲ୍ଲା ନେଇ ମତ ନ ରଖିବା ପଛରେ କି ରହସ୍ୟ ଅଛି ତାହା ବୁଝାପଡୁ ନାହିଁ । ଓଡ଼ିଶା ଲୋକସଭା ପ୍ରାର୍ଥୀ ମାନଙ୍କ ମଧ୍ୟରେ ମାଳବିକା ଦେଓଙ୍କ ୪୦ କୋଟିରୁ ଅଧିକ ସମ୍ପତ୍ତି ଥିବା ତଥା ସର୍ବାଧିକ ଧନୀ ପ୍ରାର୍ଥୀ ଭାବେ ଜଣାପଡ଼ିଛି ।
ଅନ୍ୟପଟେ ଦ୍ରୋପଦୀ ମାଝୀ ହେଉଛନ୍ତି ମୂଳନିବାସୀ ଆଦିବାସୀ ମହିଳା ପ୍ରାର୍ଥିନୀ । ନିଜସ୍ୱ ସଂଘର୍ଷ ବଳରେ ଆଜି ସେ କଂଗ୍ରେସର ପ୍ରାର୍ଥିନୀ ଭାବରେ ଜନତାଙ୍କ ନିକଟରେ ଛିଡା ହୋଇଛନ୍ତି । ବଣ ପାହାଡ ଘେରା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ଭଳି ଅନଗ୍ରସର ଅଞ୍ଚଳର ମହିଳା ଯୋଦ୍ଧା ଭାବେ ଉଭା ହୋଇ ଅନବରତ ଲୋକଙ୍କ ସେବା କରି ଜନ ସାଧାରଣଙ୍କ ପ୍ରିୟ ପାତ୍ରୀ ହୋଇ ପାରିଛନ୍ତି ଦ୍ରୋପଦୀ । ସେଥିପାଇଁ ସେ ସରପଞ୍ଚ ଓ ବ୍ଲକ ଅଧକ୍ଷା ଭାବେ ଜନତାଙ୍କ ସେବା କରିବା ପରେ ଜାତୀୟ କଂଗ୍ରେସର ଲୋକସଭା ପ୍ରାର୍ଥିନୀ ହେବାର ସୁଯୋଗ ପାଇଛନ୍ତି । ଏ ଦୁଇ ମହିଳା ପ୍ରାର୍ଥିନୀଙ୍କୁ ତୁଳନା କଲେ ଜଣେ ସମ୍ଭ୍ରାନ୍ତ ଘରର ବୋହୂ ଓ ଅନ୍ୟ ଜଣେ ସାଧାରଣ ବର୍ଗର ମହିଳା କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଚଳିତ ସାଧାରଣ ନିର୍ବାଚନ ୨୦୨୪ ତ୍ରିକୋଣୀୟ ପ୍ରତିଦ୍ୱନ୍ଦିତା ହେବାର ସମ୍ଭାବନା ରହିଛି । କଂଗ୍ରେସ, ବିଜେଡି, ବିଜେପିର ରଣନିତିକାର ମାନେ ନିଜ ନିଜ ସପକ୍ଷରେ ଜନମତ ସୃଷ୍ଟି କରିବା ନିମନ୍ତେ ପ୍ରୟାସ ଜାରି ରଖିଛନ୍ତି । ବିଜେପିର ମାଳବିକା, କଂଗ୍ରେସର ଦ୍ରୌପଦୀ ଓ ବିଜେଡିର ଲମ୍ବୋଦର ନିଆଲ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ଲମ୍ବୋଦର ନୂଆପଡା ଜିଲ୍ଲା ବାସିନ୍ଦା ହୋଇଥିବା ବେଳେ ମାଳବିକା ଓ ଦ୍ରୌପଦୀ କଳାହାଣ୍ଡି ଜିଲ୍ଲା ବାସିନ୍ଦା । ନିର୍ବାଚନ ପ୍ରଚାର ବେଳେ ମାଳବିକା ଦେଓ ଦଳିତ ବସ୍ତିମାନଙ୍କୁ ନ ଯିବା ମଧ୍ୟ ଚର୍ଚ୍ଚାର ବିଷୟ ହେଉଛି । ଏବେ ମଧ୍ୟ ତାଙ୍କ ମଧରେ ରାଜା ପରିବାର ମାନସିକତା ଥିବା ବୁଦ୍ଧିଜିବୀ ମାନେ ମତବ୍ୟକ୍ତ କରିଛନ୍ତି । ହେଲେ ଦେଖିବାକୁ ବାକି ରହିଛି କଳାହାଣ୍ଡିବାସୀ ରାଜା ପରିବାର ପ୍ରତି ଅଛନ୍ତି କି ଜଣେ ଆଦିବାସୀ ମହିଳା ପ୍ରାର୍ଥୀଙ୍କୁ ଦିଲ୍ଲୀ ଦରବାରରେ ନିଜର ପ୍ରତିନିଧିତ୍ୱ ପାଇ ପଠାଇବେ, ତାହା ନିର୍ବାଚନ ଫଳାଫଳ ପରେ ଜଣାପଡ଼ିବ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା