ତନିସ୍କ ନେଇଆସିଛି ‘ରିଭା’ ସମ୍ଭାର…

ଭୁବନେଶ୍ୱର, ୦୮/୫ : ଟାଟା ପକ୍ଷରୁ ଭାରତର ସର୍ବବୃହତ ଅଳଙ୍କାର ବ୍ରାଣ୍ଡ ତନିସ୍କ ‘ରିଭା’କୁ ଏକ ଉତ୍ସର୍ଗୀକୃତ ବିବାହ ଅଳଙ୍କାର ଉପ-ବ୍ରାଣ୍ଡ ଭାବେ ଗ୍ରାହକ ନିକଟରେ ଉପସ୍ଥାପନ କରିଛି । ରିଭା ନିଜର ବିବିଧ ବିବାହ ସମ୍ଭାର ସହିତ ଆଧୁନିକ ଓଡିଶାର କନ୍ୟାମାନଙ୍କ ବିଭିନ୍ନ ଆବଶ୍ୟକତା ଅନୁଯାୟୀ ଉକôୃଷ୍ଟ ଡିଜାଇନ୍ ସହିତ ଉନ୍ନତ କରିଗରୀ ପ୍ରତିପାଦନ କରୁଛି । ତନିସ୍କର ରିଭା ସମ୍ଭାର ସୁନ୍ଦରତା ଏବଂ ପରମ୍ପରାର ଏକ ଉଦାହରଣ ଭାବରେ ଠିଆ ହୋଇଛି, ଏହାର ସୂକ୍ଷ୍ମ କାରିଗରୀ ଯାହା ଗୁଣବତା, ନୈତିକତା ଏବଂ ଭବ୍ୟତାର କାହାଣୀ ବର୍ଣ୍ଣନା କରିଥାଏ । ରିଭାଠାରୁ ବ୍ରାଇଡାଲ୍ ଟ୍ରାଉଜ୍ ପରିସର ପାରମ୍ପରିକ, ସମ୍ଭ୍ରାନ୍ତ ଏବଂ ସୂକ୍ଷ୍ମ କାରିଗରୀ ଦକ୍ଷତାର ପ୍ରତିଫଳନ ସହ ତିଆରି ହୋଇଛି ଯାହାଦ୍ୱାରା ବ୍ରାଇଡ ନିଜର ବିଶେଷ ଦିନର ପ୍ରତିଟି ମୁହୂର୍ତକୁ ସ୍ମରଣୀୟ କରିପାରିବ । ଆଂଚଳିକ ଡିଜାଇନ୍କୁ ଆଂଚଳିକ ଛାପ ସହିତ ସୁନା, ହୀରା, ଗ୍ଲାସ୍ କୁନ୍ଦନ ଏବଂ ପୋଲ୍କିକୁ ନେଇ ରିଭା ଏକ ବ୍ୟାପକ ଗହଣା ସମ୍ଭାର ଗ୍ରାହକଙ୍କ ନିକଟରେ ପରସିଥାଏ ।
ଚାଲିଥିବା ବିବାହ ଋତୁ ଏବଂ ଅସ୍ଥିର ସୁନା ମୂଲ୍ୟ ସହିତ ତନିସ୍କ ‘ଗୋଲ୍ଡ ଏକ୍ସଚେଞ୍ଜ ପ୍ରୋଗ୍ରାମ’ ଗ୍ରାହକମାନଙ୍କୁ ସେମାନଙ୍କର ସୁନା ସମ୍ପତି ପାଇଁ ସର୍ବୋତମ ମୂଲ୍ୟ ପ୍ରଦାନକୁ ସୁନିଶ୍ଚିତ କରିଥାଏ । ଏହା ପୁରୁଣା ସୁନାକୁ ତନିସ୍କ ଦ୍ୱାରା ସୂକ୍ଷ୍ମ ନୂତନ ଡିଜାଇନ୍ରେ ପରିଣତ କରିବା ପାଇଁ ଏକ ମାର୍ଗ ପ୍ରଦାନ କରିଥାଏ । ଗ୍ରାହକମାନେ ୨୨ କ୍ୟାରେଟ ଏବଂ ତଦୁର୍ଦ୍ଧ୍ୱ ଭାରତର ଯେକୌଣସିଠାରୁ କିଣାଯାଇଥିବା ଅଳଙ୍କାରର ପୁରୁଣା ସୁନା ଉପରେ ୧୦୦ ପ୍ରତିଶତ ମୂଲ୍ୟ ପାଇପାରିବେ ।
ଅତିରିକ୍ତ ଭାବରେ, ସାଧାରଣ ନିର୍ବାଚନ ମଧ୍ୟରେ ଗ୍ରାହକଙ୍କୁ ସୁବିଧା ପ୍ରଦାନ କରି, ତନିସ୍କ ଏହାର ଗ୍ରାହକଙ୍କ ପାଇଁ ଅସୁବିଧାମୁକ୍ତ ସେବା ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ । ଅତ୍ୟାବଶ୍ୟକୀୟ ସୁବିଧା ସୁନିଶ୍ଚିତ କରିବାକୁ, ତନିସ୍କ ଗ୍ରାହକଙ୍କୁ ଏକ ସୁବିଧାଜନକ ସପିଂ ଅଭିଜ୍ଞତା ପ୍ରଦାନ କରିବା ପାଇଁ ‘ଘରୁ ଦେୟ’ ଏବଂ ଅଳଙ୍କାରର ଡୋରଷ୍ଟେପ୍ ଡେଲିଭରି ପ୍ରଦାନ କରୁଛି ।