ଓଡିଶା

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଘୋଳଦହି ବଣ୍ଟନ କରୁଛି ଓମଫେଡ୍…

ନୂଆପଲ୍ଲୀ ଏବଂ ବରମୁଣ୍ଡା ବସଷ୍ଟାଣ୍ଡରେ ୩ ହଜାର ପ୍ୟାକେଟ୍ ଘୋଳଦହି ବଣ୍ଟନ
ଭୁବନେଶ୍ୱର, ୦୮/୫ : ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ଖାସ କରି ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଏହାର ପ୍ରଭାବ ପରିଲକ୍ଷିତ ହେଉଛି । ପାରଦ ସଦାବେଳେ ଉପର ମୁହାଁ ହୋଇ ରହିଥିବାରୁ ବିଭିନ୍ନ ସ୍ୱେଚ୍ଛାସେବୀ, ସଂଗଠନ, ସରକାରୀ, ବେସରକାରୀ, ଅର୍ଦ୍ଧସରକାରୀ ସଂସ୍ଥା ଜଳଛତ୍ରଠାରୁ ଆରମ୍ଭ କରି ଅବଢା ତୋରାଣୀ ପର୍ଯ୍ୟନ୍ତ ପଥଚାରୀଙ୍କୁ ବଣ୍ଟନ କରୁଛନ୍ତି । ଏଥିରେ ଆଉ ପାଦେ ଆଗେଇ ଯାଇଛି ଓଡିଶା ସରକାରଙ୍କର ଓମଫେଡ୍ ସଂସ୍ଥା । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଓମଫେଡ୍ ପକ୍ଷରୁ ଘୋଳଦହି ପ୍ୟାକେଟ ବଣ୍ଟନ କରାଯାଇଛି ।

ଓମଫେଡର ପରିଚାଳନା ନିର୍ଦେଶକ ଶ୍ରୀବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦେଶକ୍ରମେ କୌଣସି ସଂସ୍ଥା କିମ୍ବା ସ୍ୱେଚ୍ଛାସେବୀ ସଂଗଠନ ଜରିଆରେ ନୁହେଁ, ଓମଫେଡ ସିଧାସଳଖ ଏହି ଘୋଳଦହି ଲୋକମାନଙ୍କ ନିକଟରେ ପହଞ୍ଚାଇବାକୁ ପ୍ରୟାସ ଆରମ୍ଭ କରିଛି । ଲୋକମାନଙ୍କୁ ଖରା ଦାଉର ସାମାନ୍ୟ ଆଶ୍ୱସ୍ତ ଦେବା ପାଇଁ ଏହି ପ୍ରୟାସ ଆରମ୍ଭ କରିଛି ଓମଫେଡ୍ । ଲୋକଙ୍କ ସ୍ୱାସ୍ଥ୍ୟ, ଓମଫେଡର ଦାୟିତ୍ୱବାକ୍ୟକୁ ସାକାର କରିବା ଉଦେଶ୍ୟରେ ସକାଳ ୭ଟାରୁ ୯ ଟା ପର୍ଯ୍ୟନ୍ତ ନୂଆପଲ୍ଲୀସ୍ଥିତ ନାବାର୍ଡ କାର୍ଯ୍ୟାଳୟ ସମ୍ମୁଖରେ ଏବଂ ବରମୁଣ୍ଡା ବସଷ୍ଟାଣ୍ଡ ଭିତରେ ଘୋଳଦହି ସର୍ବତ ପ୍ୟାକେଟ୍ ବଣ୍ଟନ କରାଯାଇଥିଲା । ବିଭିନ୍ନ ବର୍ଗର ହଜାର ହଜାର ଲୋକ ଘୋଳ ଦହି ପିଇ ବେଶ୍ ଖୁସିବ୍ୟକ୍ତ କରିବା ସହ ଓମଫେଡ୍ର ଏପରି ପ୍ରୟାସକୁ ଉଚ୍ଚ ପ୍ରସଂଶା କରିଛନ୍ତି । ମୁଖ୍ୟତଃ ଏଠାରେ ପ୍ରତିଦିନ ପରି ଜମା ହୋଇଥିବା ହଜାର ହଜାର ମହିଳା, ପୁରୁଷ ଓ ଯୁବ ଶ୍ରମିକ ସରକାରଙ୍କର ଏପରି ପ୍ରୟାସକୁ ସାଧୁବାଦ ଜଣାଇଛନ୍ତି ।

ପୂର୍ବରୁ ଓମଫେଡ୍ ବିଭିନ୍ନ ସଂସ୍ଥା ଜରିଆରେ ତାର ଉତ୍ପାଦ ବଣ୍ଟନ କରୁଥିଲା । ମାତ୍ର ଏବେ ବିଭିନ୍ନ ପର୍ବ ପର୍ବାଣୀରେ ସିଧା ସଳଖ ଲୋକମାନଙ୍କୁ ଦେଉଛି । ଏହା ଦ୍ୱାରା ଓମଫେଡର ଦୁଇଟି ଉଦେଶ୍ୟ ସାଧିତ ହେଉଛି । ପ୍ରଥମତଃ ଲୋକମାନେ ଖରା ସମୟରେ ଓମଫେଡ୍ ଘୋଳଦହି ପାଉଛନ୍ତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଲୋକେ ଅନେକ ସମୟରେ ଓମଫେଡ୍ ଘୋଳଦହି କିଣିବାକୁ ପାଇନଥାନ୍ତି କିମ୍ବା ସମସ୍ତଙ୍କ ପାଖରେ ଉପଲବ୍ଧ ହୋଇନଥାଏ । ମାତ୍ର ଏବେ ସିଧାସଳଖ ସେମାନଙ୍କୁ ପ୍ରଦାନ କରାଯାଉଛି ଏବଂ ମାଗଣାରେ । ଏହା ଦ୍ୱାରା ସେମାନେ ଉଭୟ ପ୍ରକାର ସୁଫଳ ପାଉଛନ୍ତି । ଓମଫେଡ୍ ଉତ୍ପାଦର ସ୍ୱାଦ ଚାଖିବା ସହ ଖରା ଦାଉରୁ ନିଜକୁ ରକ୍ଷା କରୁଛନ୍ତି । ଅପରପକ୍ଷେ ନିଜକୁ ସିଧାସଳଖ ଖାଉଟିଙ୍କ ନିକଟରେ ପହଞ୍ଚାଇ ପାରୁଛି ଓମଫେଡ୍ । ଏହା ଦ୍ୱାରା ଓମଫେଡର ମଧ୍ୟ ପ୍ରଚାର ପ୍ରସାର ହେଉଛି ବୋଲି ଓମଫେଡ୍ ପକ୍ଷରୁ କୁହାଯାଇଛି । ଆଗାମୀ ଦିନରେ ବିଭିନ୍ନ ଜନ ଗହଳିପୂର୍ଣ୍ଣ ସ୍ଥାନ ଯଥା-ଏମ୍ସ, କ୍ୟାପିଟାଲ ହସପିଟାଲ, ଲିଙ୍ଗରାଜ ମନ୍ଦିର ଆଦି ସ୍ଥାନରେ ଏହି ଘୋଳଦହି ବଣ୍ଟନ କରାଯିବ ବୋଲି ଓମଫେଡ୍ ପକ୍ଷରୁ କୁହାଯାଇଛି । ଓମଫେଡ୍ ମାର୍କେଟିଂ ମୁଖ୍ୟ ଆଲୋକ କୁମାର ଅଗ୍ନୀବେଶଙ୍କ ନେତୃତ୍ୱରେ ଓମଫେଡ୍ର ଏକ ଟିମ୍ ନୂଆପଲ୍ଲୀସ୍ଥିତ ନାବାର୍ଡ କାର୍ଯ୍ୟାଳୟ ଏବଂ ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଏହି ଘୋଳ ଦହି ପ୍ୟାକେଟ୍ ବଣ୍ଟନ କରିଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା