କ୍ୟାଡର ମାଓବାଦୀ ସାମାୟଙ୍କ ଆତ୍ମସମର୍ପଣ…

କନ୍ଧମାଳ, ୦୮/୫ : ସାଧାରଣ ନିର୍ବାଚନ ପାଇଁ ମତଦାନ ପାଖେଇ ଆସୁଥିବା ବେଳେ କନ୍ଧମାଳ ଜିଲ୍ଲା ଫୁଲବାଣୀ ପୁଲିସ ପକ୍ଷରୁ ଅପରାଧୀକ କାର୍ଯ୍ୟକଳାପ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଉଛି । ମାଓ ଇଲାକା ମାନଙ୍କରେ ଅପରେସନକୁ ଜୋରଦାର କରାଯାଇଛି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ କରାଇବା ପାଇଁ ସବୁ ପ୍ରକାର ପ୍ରୟାସ ଜାରି ରହିଛି । ଏ ପରିପ୍ରେକ୍ଷୀରେ କନ୍ଧମାଳର ପୁଲିସକୁ ମିଳିଛି ଏକ ବଡ଼ ସଫଳତା । କ୍ୟାଡର ମାଓବାଦୀ ତଥା କେକେବିଏନ ସଙ୍ଗଠନର ଡିଭିଜନାଲ କମିଟି ମେମ୍ବର ସମ ମାନାମ ଆଦି ପ୍ରତିସ ନିକଟରେ ସାମାୟାଙ୍କ ଆତ୍ମସମର୍ପଣ କରିଛନ୍ତି । ଏହି ଡିଭିଜନର ଅଷ୍ଟମ କମ୍ପାନୀର ପ୍ରଥମ ପ୍ଲାଟୁନରେ କମାଣ୍ଡର ଭାବେ କାର୍ଯ୍ୟ କରୁଥିଲେ ବୋଲି ସ୍ଥାନୀୟ ଜିଲ୍ଲା ପୁଲିସ ମୂଖ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜ । ଆଇଜିଙ୍କ ସୂଚନା ଛତିଶଗଡ଼ ଅନୁଯାୟୀ, ସାମାୟାଙ୍କ ଘର ରାଜ୍ୟର ସୁକମା ଅନ୍ତର୍ଗତ କିସ୍ତାରାମ ଜିଲ୍ଲା ଥାନାର ମଙ୍ଗଳ । ସେ ଗତ ଗୁଡା ଗ୍ରାମରେ ୨୦୦୫ ମସିହାରେ ମାତ୍ର ୧୦ ବର୍ଷ ବୟସରେ ମାଓ ସଙ୍ଗଠନରେ ସାମିଲ ହୋଇଥିଲେ । ଛତିଶଗଡ଼ର ସଙ୍ଗଠନରେ କାର୍ଯ୍ୟ କରିବା ପରେ ସେ ଦୁଇ ବର୍ଷ ତଳେ କେକେବିଏନ ସଙ୍ଗଠନରେ ସାମିଲ ହୋଇ ଓଡିଶା ଆସିଥିଲେ । ସେ ବିଭିନ୍ନ ହିଂସାତ୍ମକ କାର୍ଯ୍ୟ କଳାପରେ ଲିପ୍ତ ଥିବା ବେଳେ ତାଙ୍କ ନାମରେ କନ୍ଧମାଳ, ବୌଦ୍ଧ ଓ ନୂଆପଡା ଜିଲ୍ଲାରେ ୧୭ ରୁ ଅଧିକ ମାମଲା ରହିଥିବା ଆଇଜି ଶ୍ରୀ ପଙ୍କଜ ସୂଚନା ଦେଇଛନ୍ତି । ପଙ୍କଜ ରାଜ୍ୟ ସରକାରଙ୍କ ଥଇଥାନ ଯୋଜନା ସଙ୍ଗଠନ ଦ୍ୱାରା ଆକୃଷ୍ଟ ହେବା ସହ ମାଓ ଜନବିରୋଧୀ କାର୍ଯ୍ୟ କଳାପ ପ୍ରତି ହୋଇ ଆତ୍ମସମର୍ପଣ କରିଥୁବା ବୀତସ୍ପୃହ ମାୟା କରିଛନ୍ତି । ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଗତ ଦିନ ମାନଙ୍କରେ ମାଓ ବିରୋଧୀ ଅଭିଯାନକୁ ଜୋରଦାର କରାଯିବା ସହିତ ନିୟମିତ ଗୁଳି ବିନିମୟ କାରଣରୁ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । ସଙ୍ଗଠନ ଦୁର୍ବଳ ହେବା ସହ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଏ ଅବସରରେ କହିଛନ୍ତି ଆଇଜି ଶ୍ରୀ ପଙ୍କଜ । ଆତ୍ମସମର୍ପଣ କରିଥିବା ମାଓନେତାଙ୍କୁ ଆଇଜି ପଙ୍କଜ କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ହିଂସା ତ୍ୟାଗକରି ସମାଜର ମୁଖ୍ୟସ୍ରୋତରେ ସାମିଲ ଧାରାରେ ଖୁସି ଅନୁଭବ କରୁଥିବା ପ୍ରକାଶ କରିଛନ୍ତି ସାମାୟା । ତାଙ୍କୁ ରାଜ୍ୟ ସରକାରଙ୍କ ଯୋଜନା ଅନୁସାରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି କନ୍ଧମାଳ ଏସପି ଶ୍ରୀ ପାତ୍ର ।