ଏଥର ବିଜେଡ଼ି ନାରା ବିଦେଶୀ ହଟାଓ ନୀଳଗିରି ବଞ୍ଚାଓ…

ନୀଳଗିରି, ୦୮/୫ : ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀରେ ନାମାଙ୍କନପତ୍ର ଦାଖଲ ପୁର୍ବରୁ ପ୍ରଚାର ଆରମ୍ଭ କରି ଦେଇଛି ବିଜେଡ଼ି । ପ୍ରଥମେ ନୀଳଗିରି ନିର୍ବାଚନ ମଣ୍ଡଳୀରେ ଥିବା ଦାଣ୍ଡକାଳୀ ମନ୍ଦିରରୁ ପୁଜା ଅର୍ଚ୍ଚନା କରି ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ଖନ୍ତାପଡ଼ା ପଦାଗାଁ ଚସାଖଣ୍ଡ ବାଉଁଶବଣିଆ ମିରିଗିଣି ହୋଇ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ସାରି ସଜନାଗଡ଼ ସ୍ଥିତ ମା ଭୂଧାରଚଣ୍ଡି ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ତୃଣମୂଳ ସ୍ତରରେ ପ୍ରଚାର ପାଇଁ ନିଦେ୍ର୍ଦଶ ଦିଆଯାଉଛି । ସେହିଦିନଠାରୁ ବିଜେଡ଼ି ପକ୍ଷରୁ ଗାଁ ମାନଙ୍କରେ ଛୋଟଛୋଟ ରାଲି କରିବା ସହ ଘରେ ଘରେ ଶଙ୍ଖ ପୋଷ୍ଟର ମରାଯାଉଛି । ଖରାକୁ ଦୃଷ୍ଟିରେ ରଖି ସନ୍ଧ୍ୟା ସମୟରେ ଗ୍ରାମାନଙ୍କରେ ଛୋଟ ଛୋଟ ରାଲି କରି ଭୋଟର ମାନଙ୍କୁ ଆକୃଷ୍ଠ କରାଯାଉଛି । ନୀଳଗିରି ବ୍ଲକ ଅନ୍ତର୍ଗତ ଶିଆଡ଼ିମାଳ ପଞ୍ଚାୟତର ସମିତି ସଭ୍ୟ ରାଜୀବ ଲୋଚନ ଦାସଙ୍କ ନେତୃତ୍ୱରେ ଶତାଧିକ କର୍ମୀଙ୍କୁ ନେଇ ଏକ ରାଲିର ଆୟୋଜନ କରାଯାଇଥିଲା । ଏଥିରେ ଶତାଧିକ କର୍ମୀ ଘରକୁ ଘର ବୁଲି ବୁଲି ଶଙ୍ଖ ଫୁଙ୍କି ଫୁଙ୍କି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ । ନୀଳଗିରିର ପୁଅ ଓ ନୀଳଗିରିର ବୋହୂକୁ ଭୋଟ ଦିଅନ୍ତୁ ଏବଂ ନବୀନଙ୍କ ହାତମୁଠାକୁ ଟାଣ କରିବା ସହ ବିଦେଶୀ ହଟାଓ ନୀଳଗିରି ବଞ୍ଚାଓ ସ୍ଲୋଗାନ ମାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶିଆଡ଼ିମାଳ ପଞ୍ଚାୟତର ସରପଞ୍ଚ ସୁରଥ ସିଂ ସମିତିସଭ୍ୟ ରାଜୀବ ଦାସ, ନୀଳଗିରି ଲ୍ୟାମ୍ପ ସଭାପତି ନମା ସିଂ, ସିପୁ ଦାସ, ମଙ୍ଗୁଳି ସିଂ, ଭାଗବାନ ସେଠୀ, ଗଣେଶ ବିଶ୍ୱାଳଙ୍କ ସମେତ ବହୁ ୱାର୍ଡ ସଭ୍ୟ ସଭ୍ୟା ରାଲିରେ ଉପସ୍ଥିତ ରହି ଭୋଟ ଭିକ୍ଷା କରିଥିଲେ ।